Latest Odisha News

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଟେଲି ଆକ୍ଟର ରାଜୀବ ପଲ୍‌

ନୂଆଦିଲ୍ଲୀ: ଗତ ସପ୍ତାହରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟେଲି ଆକ୍ଟର ରାଜୀବ ପଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

୫୦ ବର୍ଷୀୟ ଅଭିନେତା ରାଜୀବ ମେ ୭ରେ କରୋନା ସଂକ୍ରମିତ ହୋିଥିଲେ। ଏହାପରେ ସେ କ୍ବାରେଣ୍ଟାଇନ୍‌ରେ ଥିଲେ। ଲୋକପ୍ରିୟ ଟିଭି ସୋ ‘ଶଶୁରାଲ୍ ସିମର କା ୨’ ରେ ଅଭିନୟ କରୁଥିବା ରାଜୀବ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.