Latest Odisha News

BREAKING NEWS

କରୋନାକୁ ପରାସ୍ତ କଲେ ୯୮ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଲା କରୋନା ସଂକ୍ରମଣ । କେଭିଡ୍‌-୧୯ର ଦ୍ୱିତୀୟ ଲହରକୁ ଚିରି ବିଜୟୀ ହୋଇଛନ୍ତି ଜଣେ ୯୮ ବର୍ଷୀୟା ବୃଦ୍ଧା । କରୋନାରେ ସଂକ୍ରମିତ ହୋଇ ଏହି ବୃଦ୍ଧା ଜଣକ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଅନ୍ନପୂର୍ଣ୍ଣା ବିଶ୍ୱାଳ । ଚନ୍ଦ୍ରଶେଖରପୁରରେ ରହୁଥିବା ଏହି ବୃଦ୍ଧା ଜଣକ ଗତ ୫ ତାରିଖରେ କରୋନା କବଳରେ ପଡିଥିଲେ । ପୂର୍ବରୁ ବୃଦ୍ଧା ଜଣକ ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିଲେ । ଏପରି ସ୍ଥିତିରେ କରୋନା ସଂକ୍ରମଣ ତାଙ୍କୁ ଅଧିକ ଅସୁସ୍ଥ କରିଦେଇଥିଲା ।

କରୋନାରେ ସଂକ୍ରମିତ ହୋଇ ଅନ୍ନପୂର୍ଣ୍ଣା ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅପ୍ରାଣ ସେବା ଓ ଚିକିତ୍ସା ଫଳରେ ସେ ସୁସ୍ଥ ହୋଇ ଆଜି ଘରକୁ ଫେରିଛନ୍ତି । ଅନ୍ନପୂର୍ଣ୍ଣାଙ୍କୁ ନେଇ ତାଙ୍କ ପରିବାର ଲୋକେ ବେଶ ଖୁସୀ ଥିବାବେଳେ ସମ୍ ହସ୍ପିଟାଲର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ହେଲ୍ପଲାଇନ୍ କର୍ମକର୍ତ୍ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.