Latest Odisha News

BREAKING NEWS

“ଆତ୍ମନିର୍ଭର ବର” ନିଜ ବିବାହରେ ସାଜିଲା ବ୍ୟାଣ୍ଡବାଲା

ଭୁବନେଶ୍ୱର: ବ୍ୟାଣ୍ଡବାଜା ବିନା ବାହାଘର ଅଧୁରା । କରୋନା ମହାମାରୀ ସମୟରେ ଧୁମ୍‌ଧାମ୍‌ରେ ବିବାହ ବି ଏକ ସ୍ୱପ୍ନ କିମ୍ବା କଳ୍ପନା ସଦୃଶ । ଅନେକ ଲୋକ ବିବାହକୁ ସ୍ଥଗିତ ରଖିଥିଲାବେଳେ କିଛି କୋର୍ଟ ମ୍ୟାରେଜ ଓ ଭର୍ଚୁଆଲ୍ ମ୍ୟାରେଜକୁ ବାଧ୍ୟ ହୋଇ ଚୟନ କରୁଛନ୍ତି । ଏପରିକି କିଛି ଲୋକ ପିପିଇ କିଟ୍ ପିନ୍ଧି ବିବାହ କରିବାର ନଜିର ରହିଛି । ହେଲେ ନିକଟରେ ଜଣେ ଯୁବକ ଖୋଦ ନିଜ ବିବାହରେ ବଜାଇଥିଲା ବ୍ୟାଣ୍ଡବାଜା ।

ସୋସିଆଲ୍ ମିଡିଆରେ ଏହି ବିବାହ ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ୩୦ ସକେଣ୍ଡର ଏହି ଭିଡିଓରେ ଜଣେ ଯୁବକ ବର ବେଶରେ ଖୋଦ ନିଜ ବିବାହରେ ବ୍ୟାଣ୍ଡ ବଜାଇବାରେ ନଜର ଆସିଛନ୍ତି । ଅନ୍ୟପଟେ କନ୍ୟା ବି ପାଖରେ ଛିଡାହୋଇଥିବା ସ୍ପଷ୍ଟ ଦେଖାଯାଇପାରେ । ଏହି ଭିଡିଓଟି କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇପାରିନାହିଁ । ଅନେକ ଲୋକ ଏହି ଭିଡିଓକୁ ଦେଖିବା ପରେ “ଆତ୍ମନିର୍ଭର ବର” କହିବାକୁ ବି ପଛାଇନାହାଁନ୍ତି ।

Leave A Reply

Your email address will not be published.