ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।
ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ ପୋଲିସ ପଦକ ମିଳିଛି । ଏହି ପଦକ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ପ୍ରଦାନ କରିଛନ୍ତି । ତେବେ ବର୍ଗ-୧ରେ ଆଇପିଏସ ନୀତି ଶେଖର, ସତ୍ୟଜିତ ନାୟକଙ୍କୁ ମିଳିଛି ପଦକ । ବର୍ଗ-୨ରେ ପୁରୀ ଏସପି ପ୍ରତୀକ ସିଂହଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି ।
ଅନ୍ୟପକ୍ଷେ ସାହସିକତା ପାଇଁ ଓଡ଼ିଶାରୁ ୪ ଜଣଙ୍କୁ ପଦକ ପ୍ରଦାନ କରାଯିବ । ସେମାନେ ହେଲେ ଡିଏସପି ଅତୁଲ କ୍ରିଷ୍ଣା ଦାସ, ଏଏସଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ୨ ଜଣ କନଷ୍ଟେବଲ ଘନଶ୍ୟାମ ସାହୁ ଓ ଥବିର ମାଝୀ ପାଇବେ ସାହସିକତା ପଦକ । ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ପଦକ ।