ଭୁବନେଶ୍ୱର: ଆସନ୍ତା ଜୁନ ୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତୀୟ କ୍ରିକେଟ ଟିମ୍। ୧୨ ତାରିଖରେ ବାରବାଟୀରେ ହେବାକୁ ଥିବା ଟି ଟ୍ୱେଣ୍ଟି ମ୍ୟାଚ ପାଇଁ ଚାଲିଛି ପ୍ରସ୍ତୁତି। ତେବେ ଏୟାରପୋର୍ଟରେ ଖେଳାଳି ପହଞ୍ଚିବା ପରେ କଡା ସୁରକ୍ଷା ବଳୟରେ ନିଆଯିବ ମେ’ ଫେୟାର ହୋଟେଲ ।ଫ୍ୟାନସଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ହୋଇଛି ପୋଲିସର ରୋଡମ୍ୟାପ । ତେବେ ଖେଳାଳି ଯିବା ସମୟରେ ୧୫ ମିନିଟ ପୂର୍ବରୁ ଟ୍ରାଫିକ ସିଲ୍ କରାଯିବ। ଅର୍ଥାତ ଖେଳାଳି ବସ ଓ କାରକେଡ ଯିବା ଦେଇ ଯିବାକୁ ଥିବା ଟ୍ରାଫିକ ଛକରେ ସେହି ସମୟରେ ଜନସାଧାରଣଙ୍କୁ ଯିବାକୁ ବାରଣ କରାଯିବ।
କାରଣ ହାଇପ୍ରୋଫାଇଲ ଭାରତୀୟ କ୍ରିକେଟ ଟିମ ସହ ଦକ୍ଷିଣ ଆଫ୍ରିକା ଟିମର ଖେଳାଳି ମଧ୍ୟ ଯିବାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବ କମିସନରେଟ ପୋଲିସ। ତେବେ ଟ୍ରାଫିକ ପାଇଁ ତିନି ପ୍ଲାଟୁନ ପୋଲିସ ବନ୍ଦୋବସ୍ତ ପାଇ ଯୋଜନା ଥିବା ବେଳେ ମୋଟ ୨୧ ପ୍ଲାଟୁନ ରାସ୍ତାରେ ନିୟୋଜିତ ହେବା ସହ ହୋଟେଲ ଓ ଏୟାରପୋର୍ଟରେ ସୁରକ୍ଷା ଦେବେ। ଏନେଇ ପୂର୍ବରୁ ଖେଳାଳିଙ୍କ ପାଇଁ ହୋଇଥିବା ପୋଲିସ ବନ୍ଦୋବସ୍ତ ଭଳି ଏଥର ମଧ୍ୟ ବ୍ୟବସ୍ଥା କରାଯାଇଛି।
ତେବେ ଖେଳାଳିମାନେ ଏୟାରପୋର୍ଟରୁ ଏଜି ଓ ରାଜଭବନ ଦେଇ ଜୟଦେବ ବିହାର ପଟେ ମେ’ ଫେୟାରରେ ପହଁଚିବେ। ସେହିପରି ପ୍ରାକ୍ଟିସ ପାଇ ୧୧ ତାରିଖରେ ମେ ଫେୟାରରୁ ଜୟଦେବ ବିହାର ଦେଇ ବାଣିବିହାର ଦେଇ କଟକ ଅଭିମୁଖେ ଯିବେ। ଯିବା ସମୟରେ ଫ୍ୟାନସଙ୍କ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ସିଲ ସହ ସେହି ସମୟରେ ରାସ୍ତା କଡରେ ପୋଲିସ ଉପସ୍ଥିତି ରହିବେ। ଏନେଇ କଡା ସୁରକ୍ଷା ବ୍ୟବସ୍ଥା ସହ ସଠିକ ଟ୍ରାଫିକର ଆୟୋଜନ କରାଯାଉଥିବା କହିଛନ୍ତି ଡିସିପି ଭୁବନେଶ୍ୱର।
ବୁଧବାର ଏ ନେଇ ପୋଲିସ ,ଏୟାରପୋର୍ଟ ଅଥରିଟି,ଓସିଏ ଏବଂ ଅଗ୍ନିଶମ ଓ ଗୁଇନ୍ଦା ଅଧିକାରିଙ୍କ ସହ ଅନଲାଇନରେ ମିଟିଂ ହେବ।
Comments are closed.