ନୂଆଦିଲ୍ଲୀ: ମଡେଲ, ଅଭିନେତ୍ରୀ ତ୍ଵିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ଆସିଛି ବଡ଼ ଖବର। ତ୍ୱିଶା ମୃତ୍ୟୁ ମାମଲାରେ ଅବସରପ୍ରାପ୍ତ ବିଚାରପତି ତଥା ତ୍ୱିଶା ଶର୍ମାଙ୍କ ଶାଶୁ ଗିରିବାଲା ସିଂହଙ୍କୁ ଗତକାଲି ସିବିଆଇ ଗିରଫ କରିଛି। ଆଜି ଶାଶୁ ଗିରିବାଳାଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। ଗିରିବାଳାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି। ଜୁନ୍ ୨ ତାରିଖ ଯାଏଁ ସିବିଆଇ ରିମାଣ୍ଡରେ ରହିବେ ଗିରିବାଳା।
ସେହିପରି ସ୍ବାମୀ ସମର୍ଥ ସିଂହଙ୍କ ରିମାଣ୍ଡ ଅବଧି ମଧ୍ୟ ଆଉ ୫ ଦିନକୁ ବୃଦ୍ଧି କରାଯାଇଛି। ସମର୍ଥ ସିଂ ମଧ୍ୟ ଜୁନ୍ ୨ ଯାଏଁ ସିବିଆଇ ରିମାଣ୍ଡରେ ରହିବେ। ଅବସରପ୍ରାପ୍ତ ଏମପି ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତାଙ୍କର ଆଗୁଆ ଜାମିନ ଖାରଜ କରାଯିବାର କିଛି ଘଣ୍ଟା ପରେ ଗୁରୁବାର (୨୮ ମେ) ଦିନ ଏକ ସିବିଆଇ ଦଳ ସିଂହଙ୍କ ବାସଭବନରେ ପହଞ୍ଚିଥିଲା। ଭୋପାଳର ବାଗ ମୁଗଲିଆ ଏକ୍ସଟେନସନରେ HIG 311 ରେ ଅବସ୍ଥିତ ସିଂହଙ୍କ ବାସଭବନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ସିବିଆଇ ତାଙ୍କ ଘରକୁ ମଧ୍ୟ ଯାଇଥିଲା, ଯେଉଁଠାରେ ତଦନ୍ତ ସଂସ୍ଥା ଘଟଣାର କାହାଣୀକୁ ଏକତ୍ର କରିବା ପାଇଁ ଏକ ଭର୍ଚୁଆଲ୍ ୱାକ୍ଥ୍ରୁ କରିବ।
ସିବିଆଇ ଟିମ୍ ସକାଳ ପ୍ରାୟ ସାଢେ ୧୦ଟା ବେଳେ ତ୍ଵିଶାଙ୍କ ଶାଶୁ ଗିରିବାଳା ସିଂହଙ୍କ ଘରେ ପହଁଞ୍ଚିଥିଲା। ଏହାପରେ ବହୁ ଘଣ୍ଟା ଯାଏଁ ପଚରା ଉଚରା ହୋଇଥିଲା। ଅଧିକାରୀମାନେ ତାଙ୍କ ଘର ଭିତରେ ତାଙ୍କୁ ପଚରା ଉଚରା କରିଥିଲେ। ଯାଞ୍ଚ ବେଳେ ଏଜେନ୍ସି ହାଇ ଇଣ୍ଟେନସିଟି ଟ୍ରିୟାମି କ୍ୟାମେରା ସାହାଯ୍ୟରେ ପୁରା ଘରର ଆଖପାଖ କ୍ଷେତୟର ୩୬୦ ଡିଗ୍ରୀ ରେକର୍ଡିଂ କରିଥିଲା। ଫରେନସିକ୍ ଟିମ୍ ପ୍ରମାଣ ଏକାଠି କରିଥିଲା। ଏହାପରେ ଗିରିବାଳାଙ୍କୁ ଗିରଫ କରିଥିଲା।