Latest Odisha News

ବିନୟ ପ୍ରକାଶଙ୍କୁ ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟ୍ୱିଟର। ବିନୟ ପ୍ରକାଶଙ୍କୁ ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ଭାବେ ନାମିତ କରିଛି। ଏ ନେଇ କମ୍ପାନୀ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଟ୍ୱିଟର ୱେବସାଇଟରେ ଅପଡେଟ୍ ହୋଇଥିବା ସୂଚନା ଅନୁଯାୟୀ, ବିନୟ ପ୍ରକାଶ ହେଉଛନ୍ତି ଭାରତର ଆବାସିକ ଅଭିଯୋଗ ଅଧିକାରୀ (ଆରଜିଓ)। ଉପଭୋକ୍ତାମାନେ ପୃଷ୍ଠାରେ ତାଲିକାଭୁକ୍ତ ଏକ ଇମେଲ ଆଇଡି ବ୍ୟବହାର କରି ତାଙ୍କ ସହିତ ଯୋଗାଯୋଗ କରିପାରିବେ।

 

Comments are closed.