Latest Odisha News

BREAKING NEWS

କର୍ମଚାରୀଙ୍କ ଛଟେଇକୁ ନେଇ କ୍ଷମା ମାଗିଲେ ଟ୍ୱିଟରର ପୂର୍ବତନ କୋ-ଫାଉଣ୍ଡର ଜ୍ୟାକ୍ ଡୋର୍ସି

ନୂଆଦିଲ୍ଲୀ: ଆକ୍ସନ ମୋଡରେ ଏଲନ୍ ମସ୍କ  । ସେ ଟ୍ୱିଟର୍‌ର ନୂଆ ସିଇଓ ହେବା ପରେ କମ୍ପାନୀର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏଥିରେ ଅଧିକାଂଶ କର୍ମଚାରୀ ଭାରତୀୟ ବୋଲି ଜଣାପଡ଼ିଛନ୍ତି।  କର୍ମଚାରୀଙ୍କ ଛଟେଇକୁ ନେଇ ଟ୍ୱିଟର୍ର ପୂର୍ବତନ କୋ-ଫାଉଣ୍ଡର ଜ୍ୟାକ୍ ଡୋର୍ସି ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

ଜ୍ୟାକ୍ କହିଛନ୍ତି, ଯେ ‘ଟ୍ୱିଟର୍‌ରେ କାମ କରୁଥିବା ପର୍ବତନ ଏବଂ ବର୍ତ୍ତମାନର କର୍ମଚାରୀ ସମସ୍ତେ ବହୁତ ପ୍ରତିଭାବାନ୍‌। ସେମାନେ ସମସ୍ତ କଠିନ ପରିସ୍ଥିତିର ବିକଳ୍ପ ରାସ୍ତା ବାହାର କରିପାରିବେ। ଅନେକ ମୋ ଉପରେ ଅସନ୍ତୋଷ ଥିବା ମୁଁ ଅନୁଭବ କରୁଛି। ମୁଁ ସ୍ୱୀକାର କରୁଛି ଯେ, ସମସ୍ତେ ମୋ ଯୋଗୁଁ ଏହି ସ୍ଥିତିରେ ଅଛନ୍ତି। ଏଥିପାଇଁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି।

ଜ୍ୟାକ୍ ଡୋର୍ସି ୨୦୦୭ରେ ଟ୍ୱିଟର୍‌ର ନିର୍ଦ୍ଦେଶକ ଥିଲେ। ଚଳିତ ବର୍ଷ ମେ’ ମାସରେ ଟ୍ୱିଟର୍ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ପରେ ୪୪ ବିଲିୟନ ଡଲାରରେ ଟ୍ବିଟରକୁ ଏଲନମସ୍କ କିଣିଥିଲେ  । ହେଲେ କମ୍ପାନୀର ମାନ୍ଦାବସ୍ଥା ସ୍ଥିତି ପାଇଁ ୭୫୦୦ କର୍ମଚାରୀଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କୁ ସେ କାମରୁ ବାହାର କରିଦେଇଛନ୍ତି।

 

Comments are closed.