ନୂଆଦିଲ୍ଲୀ: ୭୨ ତମ ଗଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀରେ ଏକ କୃଷକମାନଙ୍କ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସା ସଂପର୍କରେ ଟ୍ୱିଟର ବୁଧବାର ଦିନ ୫୫୦ ରୁ ଅଧିକ ଆକାଉଣ୍ଟକୁ ସସ୍ପେଣ୍ଡ କରିଛି। ଟୁଇଟର ମୁଖପାତ୍ର କହିଛନ୍ତି ଯେ ପ୍ଲାଟଫର୍ମରେ ସେହି ଟ୍ୱିଟର୍କୁ ସ୍ଥଗିତ ରଖାଯାଇଛି ଯାହା ଏହାର ମିଡିଆ ନୀତିର ଉଲ୍ଲଂଘନ ବୋଲି ଜଣାପଡିଛି।
ମୁଖପାତ୍ର କହିଛନ୍ତି ଯେ ହିଂସା, ଅତ୍ୟାଚାର ଏବଂ ଧମକ ଦେବାକୁ ଚେଷ୍ଟା କରୁଥିବା ଲୋକଙ୍କ ଆକାଉଣ୍ଟକୁ ଆମେ ସ୍ଥଗିତ ରଖିଛୁ। ଏହିପରି ଲୋକମାନେ ନିୟମ ଭଙ୍ଗ କରି କ୍ଷତି କିମ୍ବା ବିପଦ ସୃଷ୍ଟି କରିପାରିବେ, ଯାହା ଆମର ନିୟମ ଉଲ୍ଲଂଘନ କରୁଛି।
ସୂଚନା ଥାଉ କି, କିଛି ଦିନ ପୂର୍ବରୁ ଦିଲ୍ଲୀ ପୋଲିସ ମଧ୍ୟ ଦାବି କରିଛି ଯେ ଗଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ପ୍ରସ୍ତାବିତ ଟ୍ରାକ୍ଟର ପରେଡକୁ ବ୍ୟାହତ କରିବା ପାଇଁ ପାକିସ୍ତାନରୁ ୩୦୦ ରୁ ଅଧିକ ଟ୍ୱିଟର ଆକାଉଣ୍ଟ ସୃଷ୍ଟି କରାଯାଇଛି। ଏହି ପରିପ୍ରେକ୍ଷୀରେ କୃଷକଙ୍କ ଟ୍ରାକ୍ଟର ପରେଡକୁ ଭଣ୍ଡୁର କରିବା ପାଇଁ ଜାନୁଆରୀ ୧୩ ରୁ ୧୮ ମଧ୍ୟରେ ପାକିସ୍ତାନରୁ ୩୦୦ ରୁ ଅଧିକ ଟ୍ୱିଟର ଆକାଉଣ୍ଟ ସୃଷ୍ଟି କରାଯାଇଛି ବୋଲି ସ୍ପେଶାଲ କମିଶନର ପୋଲିସ (ଇଣ୍ଟେଲିଜେନ୍ସ) ଦୀପେନ୍ଦର ପାଠକ କହିଛନ୍ତି।
Comments are closed.