Latest Odisha News

BREAKING NEWS

ଟ୍ୱିଟରରୁ ହଟିଲା ନିର୍ଦ୍ଦେଶିକା ଲୀନାଙ୍କ ବିବୀଦୀୟ କାଳୀ ପୋଷ୍ଟର ଟ୍ୱିଟ୍

ଭୁବନେଶ୍ୱର: ଫିଲ୍ମ ନିର୍ଦ୍ଦେଶିକା ଲୀନାଙ୍କ ବିବାଦୀୟ କାଳୀ ପୋଷ୍ଟର ଟ୍ୱିଟରରୁ ହଟିଯାଇଛି। ଗୁରୁବାର ଟ୍ୱିଟର ଏହି ପୋଷ୍ଟକୁ ହଟାଇ ଦେଇଛି। ପ୍ରତିକ୍ରିୟାଶୀଳ ହୋଇ ଲୀନା ଟ୍ୱିଟରକୁ ଅନ୍ୟ ଦୁଇ ଲକ୍ଷ ଆକାଉଣ୍ଟର ବିବାଦୀୟ ଟ୍ୱିଟ ହଟାଇବ କି, ବୋଲି ପ୍ରଶ୍ନ କରିଛନ୍ତି।

ଟ୍ୱିଟର ଏହି ପୋଷ୍ଟକୁ ଭାରତରେ ନିଷିଦ୍ଧ କରିଛି। କିନ୍ତୁ ଏହା ସଂପୂର୍ଣ୍ଣ ହଟାଯାଇଛି ବୋଲି କିଛି ନିଶ୍ଚିତତା ମିଳିନି। ସେପଟେ ଲୀନା ଟ୍ବିଟରକୁ ପ୍ରଶ୍ନ କରିଛନ୍ତି ଯେ, ପ୍ରାୟ ଦୁଇ ଲକ୍ଷ ଆକାଉଣ୍ଟ ସୋସିଆଲ ମିଡ଼ିଆରେ ଘୃଣା ଖେଳାଉଛନ୍ତି । ସେମାନଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହେଉନି ।

ଏହା ସହିତ ସେ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ବିଜେପିର ଟ୍ରଲ ଆର୍ମି ନାଁ ନେଇ ସେ କହିଛନ୍ତି ଯେ, ଭାରତରେ ବିଭିନ୍ନ ଗ୍ରାମାଞ୍ଚଳରେ ଦେବୀ ଦେବତା ବେଶରେ ମଉଜ କରି ସୋସିଆଲ ମିଡିଆରେ ଫଟୋ ପକାଉଛନ୍ତି । କିନ୍ତୁ ଦରମା ପ୍ରାପ୍ତ ଟ୍ରଲ ଆର୍ମି ତାଙ୍କ ପଛରେ ପଡ଼ିଛନ୍ତି ବୋଲି ଲୀନା କହିଛନ୍ତି ।

 

Comments are closed.