Latest Odisha News

BREAKING NEWS

ଓଲ୍ଡଟାଉନ୍ ରୁ ସୂନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସୂନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ପୁନିଆ ନାୟକ (୨୩) ଓ ନରହରୀ ନାୟକ ଓରଫ ପିଣ୍ଟୁ (୨୪) । ଉଭୟ ଅଭିଯୁକ୍ତ ଗଞ୍ଜାମ ର ବୋଲି ଜଣାପଡିଥିବାବେଳେ ଉଭୟ ଭୁବନେଶ୍ବର ପୁନାମା ଗେଟ ନିକଟସ୍ଥ କେଳାବସ୍ତିରେ ରହୁଛନ୍ତି । ଏକ ଗ୍ରୋସରୀ ଦୋକାନରେ ପସି ଦୁଇ ଭାଇଙ୍କ ଠାରୁ ଦୁଇଟି ସୁନାଚେନ୍ ଏବଂ ଗୋଟିଏ ଲକେଟ୍ ଲୁଟିନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗୀକାରୀ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତଦନ୍ତ ପରେ ଉଭୟଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ମୁତାବକ, ଗତ ଅକ୍ଟୋବର ୯ ତାରିଖ ରାତିରେ ଓଲ୍ଡ ଟାଉନ ଅନ୍ତର୍ଗତ ବିବେକାନନ୍ଦ ମାର୍ଗରେ ଏକ ଗ୍ରୋସରୀ ଦୋକାନରେ ଅଭିଯୋଗକାରୀ ଏବଂ ତାଙ୍କ ଭାଇ ଉକ୍ତ ଦୋକାନରେ ଉପସ୍ଥିତ ଥିବା ବେଳେ, ଗିରଫ ଦୁଇ ଅଭିଯୁକ୍ତ ମୁହଁରେ କପଡ଼ା ଢାଙ୍କି ଦୋକାନ ଭିତରେ ପଶିବା ସହିତ ବନ୍ଧୁକ ଓ ଛୁରୀ ଦେଖାଇ ଦୁଇ ଭାଇଙ୍କୁ ଭୟଭୀତ କରିବା ସହିତ ସେମାନଙ୍କ ଠାରୁ ପ୍ରାୟ ୫୦ ଗ୍ରାମ ଓଜନର ଦୁଇଟି ସୁନାଚେନ୍ ଏବଂ ଏକ ଲକେଟ୍ ଲୁଟିନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ଅଭିଯୋଗକାରୀ ଏନେଇ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିବା ପରେ, ପୁଲିସ ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ପୁନାମା ଗେଟ ନିକଟସ୍ଥ କେଳାବସ୍ତିରେ ଥିବା ଅଭିଯୁକ୍ତଙ୍କ ଘର ଉପରେ ଚଢଉ କରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଏହାସହ ଘଟଣାରେ ବ୍ୟବହୃତ ଏକ ଛୁରୀ ଏବଂ ଏକ ଖେଳଣା ବନ୍ଧୁକ ଜବତ କରିଥିଲେ । ପଚାରଉଚରା ବେଳେ ଉଭୟ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ଲୁଟ ସୁନା ଚେନ୍ ମଧ୍ୟରୁ ଗୋଟିଏ ସୁନାଚେନ ଓ ଏକ ଲକେଟକୁ ଭୀମଟାଙ୍ଗିରେ ଥିବା ଏକ ବ୍ୟାଙ୍କରେ ବନ୍ଧାରଖି ୭୫ ହଜାର ଟଙ୍କାର ଲୋନ୍ ନେଇଥିବା ବେଳେ ଅନ୍ୟ ଚେନ୍ ଟି ନକଲିଥିବା ଜାଣିପାରି ତାହାକୁ ଫୋଫାଡି ଦେଇଥିବା ଦର୍ଶାଇଥିଲେ । ଗିରଫ ପରେ ଏବେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ପୁନିଆ ନାୟକ ଜଣେ ପେଷାଗତ ଅପରାଧୀ ଥିବା ତଦନ୍ତ ବେଳେ ଜଣାପଡିଛି । ତାଙ୍କ ନାମରେ ପୂର୍ବରୁ ମଧ୍ୟ ଭୁବନେଶ୍ଵରର ବିଭିନ୍ନ ଥାନାରେ ୨୨ରୁ ଅଧିକ ଅପରାଧିକ ମାମଲା ରହିଥିବା ବେଳେ, ଗତ କିଛି ଦିନ ପୂର୍ବରୁ ମଞ୍ଚେଶ୍ଵର ଥାନା ଅଞ୍ଚଳରେ ସ୍ପେଶାଲ ସ୍କ୍ବାଡ ଦ୍ଵାରା ଏନକାଉଣ୍ଟରର ସମ୍ମୁଖୀନ ହୋଇଥିବା ଅପରାଧୀ ରଘୁର ସେ ହେଉଛନ୍ତି ମୁଖ୍ୟ ସହଯୋଗୀ । ତାଙ୍କୁ ଏହି ମାମଲାରେ ମଞ୍ଚେଶ୍ଵର ଥାନା ତରଫରୁ ରିମାଣ୍ଡରେ ଅଣାଯିବା ଲାଗି ବ୍ୟବସ୍ଥା କରାଯାଉଅଛି।

ସେହିପରି ଅନ୍ୟ ସହଯୋଗୀ ପିଣ୍ଟୁ ମଧ୍ୟ ଏୟାରପୋର୍ଟ ଥାନାର ଗୋଟିଏ ମାମଲାରେ ଜଡ଼ିତ ଅଟେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Leave A Reply

Your email address will not be published.