Latest Odisha News

BREAKING NEWS

ମହାନଦୀରେ ବୁଡି ଦୁଇ ଭାଇ ମୃତ

ବୌଦ୍ଧ: ମହାନଦୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ । ବଡ ଭାଇକୁ ବଂଚାଇବାକୁ ଯାଇ ଚାଲଗଲା ସାନ ଭାଇର ଜୀବନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗାଁରେ ଘଟିଛି  ଏଭଳି ଘଟଣା ।

ସୂଚନା ଅନୁସାରେ, ଅରଖପଦର ଗାଁ ଦେଇ ଯାଇଥିବା ମହାନଦୀକୁ ଗାଧୋଇବାକୁ ଆଜି ସକାଳେ ଏହି ଦୁଇ ଭାଇ ଯାଇଥିଲେ। ନଦୀରେ ଗାଧୋଉ ଥିବାବେଳେ ହଠାତ୍ ବଡ଼ ଭାଇ ପାଣିରେ ବୁଡ଼ି ଯାଇଥିଲେ। ବଡ଼ ଭାଇ ପାଣିରେ ବୁଡ଼ି ଯାଉଥିବା ଦେଖି ସାନ ଭାଇ ତାଙ୍କୁ ବଞ୍ଚାଇବା ବେଳେ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ।

ଉଭୟଙ୍କ ଚିତ୍କାର ଶୁଣି ସେଠାରେ ଥିବା ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଥିଲା। ହରଭଙ୍ଗା ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments are closed.