Latest Odisha News

କମିଶନରେଟ୍ ପୋଲିସର ଦୁଇ କନଷ୍ଟେବଳ କରୋନା ପଜିଟିଭ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି କମିଶନରେଟ୍ ପୋଲିସର ଦୁଇ ଜଣ କନଷ୍ଟେବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଦୁଇ ଜଣ ରିଜର୍ଭ ଲାଇନ୍‌ର କନଷ୍ଟେବଳ ।

ଉଭୟ ଛୁଟିରୁ ଫେରି ସଙ୍ଗରୋଧରେ ଥିଲେ । ପରେ ଉଭୟଙ୍କ କରୋନା ପରୀକ୍ଷା କରାଯାଇଥିଲା ଏବଂ ଦୁଇ ଜଣ ଯାକ ଆକ୍ରାନ୍ତ ଥିବା ଜଣାପଡିଥିଲା । ଆକ୍ରାନ୍ତ କନଷ୍ଟେବଳ ମଧ୍ୟରୁ ଜଣେ କେନ୍ଦ୍ରାପଡା ଏବଂ ଆଉ ଜଣେ ଗଂଜାମ ଜିଲ୍ଲାର ।

ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍ କରି ୨ ଜଣ କନଷ୍ଟେବଳ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ଆଜି ରାଜଧାନୀରୁ ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାମଧ୍ୟରେ ଉଭୟ କନଷ୍ଟେବଳ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.