Latest Odisha News

BREAKING NEWS

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୬ କୋଟି ଫଲୋଅର୍ସ

ଭୁବନେଶ୍ୱର: ବଢିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁଗାମୀଙ୍କ ସଂଖ୍ୟା ୬ କୋଟି ଛୁଇଁଛି । ବର୍ତ୍ତମାନ ୬ କୋଟିରୁ ଅଧିକ ଲୋକ ଟ୍ୱିଟରରେ ମୋଦିଙ୍କୁ ଅନୁସରଣ କରୁଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ୨ହଜାର ୩୫୫ ଜଣଙ୍କୁ ଫଲୋ କରୁଛନ୍ତି । ବିଶ୍ୱରେ ଟ୍ୱିଟରରେ ଟକ୍କର ଦେଇଥିବା ଭାରତର ପ୍ରଥମ ନେତାମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟତମ ।

୨୦୦୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆକାଉଂଟ୍ ଖୋଲିଥିଲେ । ୨୦୧୯ ସେପ୍ଟେମ୍ବରରେ ଟ୍ୱିଟରରେ ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସ ସଂଖ୍ୟା ୫ କୋଟି ଟପିଥିଲା । ଏବେ ମାତ୍ର ୧୦ ମାସ ମଧ୍ୟରେ ଟ୍ୱିଟରରେ ତାଙ୍କୁ ଆଉ ୧କୋଟି ଲୋକ ଅନୁସରଣ କରିଛନ୍ତି । ବର୍ତ୍ତମାନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ଟ୍ୱିଟରେ ସବୁଠାରୁ ଅଧିକ ଫଲୋଅର୍ସ ରହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ତୁଳନାରେ ଓବାମାଙ୍କର ଅନୁଗାମୀ ସଂଖ୍ୟା ଦୁଇ ଗୁଣରୁ ଅଧିକ । ଓବାମାଙ୍କ ଟ୍ୱିଟରରେ ଫଲୋଅର୍ସଙ୍କ ସଂଖ୍ୟା ହେଉଛି ୧୨୦.୭ ମିଲିୟନ୍ ଅର୍ଥାତ୍ ୧୨ କୋଟିରୁ ଅଧିକ । ତାଙ୍କ ପଛକୁ ରହିଛନ୍ତି ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ୱିଟରରେ ଟ୍ରମ୍ପଙ୍କ ଫଲୋଅର୍ସଙ୍କ ସଂଖ୍ୟା ହେଉଛି ୮୩.୭ ମିଲିୟନ୍ । ଅର୍ଥାତ୍ ୮ କୋଟି ୩୭ ଲକ୍ଷ । ଏହାରି ଭିତରେ ମୋଦିଙ୍କ ଲୋକପ୍ରିୟତା ବଢି ଟ୍ୱିଟରରେ ଅନୁଗାମୀଙ୍କ ସଂଖ୍ୟା ୬ କୋଟି ଟପିଯାଇଛି ।

Leave A Reply

Your email address will not be published.