Latest Odisha News

BREAKING NEWS

କୋଇଲା ବୋଝେଇ ଟ୍ରକ୍ ପଛରୁ ପିଟିଲା ସ୍କୁଟି, ୨ ମୃତ ଜଣେ ଗୁରୁତର

ଯାଜପୁର: ଟମକା ଥାନା ଅନ୍ତର୍ଗତ ଫୁଲଝର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ସ୍କୁଟିରେ ୩ ଜଣ ଯୁବକ ଟମକା ଆଡକୁ ଯାଉଥିଲେ ସେହି ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ୍ ପଛ ପଟୁ ସ୍କୁଟିଟି ପିଟିଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟି ଚାଳକ ଓ ମଝିରେ ବସିଥିବା ଯୁବକଙ୍କର ମୃତ୍ୟୁ ଘଟିଥିଲା  ।

ମୃତ ଦୁଇ ଯୁବକ ହେଲେ ଟମକା ଥାନା ଅନ୍ତର୍ଗତ କିଆଝର ଅଞ୍ଚଳର ମହେନ୍ଦ୍ର ମାଝି ଓ ମନ ମୁର୍ମୁ  । ଗୁରୁତର ଆହତ ଥିବା କେଶବ ମାରାଣ୍ଡିଙ୍କୁ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ଘଟଣା ସ୍ଥଳରେ ଟମକା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରିରଖିଛି  ।

 

 

Leave A Reply

Your email address will not be published.