Latest Odisha News

BREAKING NEWS

ଅଞ୍ଜଳି ସହିତ ସ୍କୁଟିରେ ବସିଥିଲେ ସାଙ୍ଗ, ବୟାନ ରେକର୍ଡ କଲା ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀର ସୁଲତାନପୁରୀ କଞ୍ଝାଓ୍ୱାଲା ସଡକ ଦୁର୍ଘଟଣାରେ ନୂଆ ତଥ୍ୟ ପଦାକୁ ଆସିଲା । ହୃଦୟ ବିଦାରକ ଦୁର୍ଘଟଣାରେ ମୃତ ଅଞ୍ଜଳି ସିଂ ସେଦିନ ଏକା ନଥିଲେ । ସେ ସ୍କୁଟି ପଛରେ ବସିଥିଲେ ଆଉ ସାଙ୍ଗ ଗାଡ଼ି ଚଲାଉଥିଲେ। ଦିଲ୍ଲୀ ପୁଲିସ ଅଞ୍ଜଳିଙ୍କ ରୁଟ୍ ଟ୍ରେସ କରିବା ପରେ ଏହା ଜଣାପଡିଛି । ଦୁର୍ଘଟଣାରେ ସାଙ୍ଗ ସାମାନ୍ୟ ଆହତ ହୋଇଥିଲେ । ତାପରେ ସେ ଘରକୁ ଫେରିଯାଇଥିଲେ ।

ଅଞ୍ଜଳିର ଗୋଡ଼ ଏକ୍ସେଲରେ ଫସିଯାଇଥିଲା । ଦୁର୍ଘଟଣା ଘଟାଇଥିବା କାର ତାଙ୍କୁ ଘୋଷାଡ଼ି ଘୋଷାଡ଼ି ୧୨ କିଲୋମିଟର ନେଇଯାଇଥିଲା । ତେବେ ପୋଲିସ ଅଞ୍ଜଳିଙ୍କ ସାଙ୍ଗକୁ ଚିହ୍ନଟ କରିସାରିଛି, ତାଙ୍କର ବୟାନ ରେକର୍ଡ କରିଛି ।
ଅଞ୍ଜଳି ତାଙ୍କ ସାଙ୍ଗ ସହିତ ସ୍କୁଟିରେ ଯାଉଥିବା ବେଳର ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିଛି । ଏଥିରେ ଅଞ୍ଜଳି ଗୋଲାପି ରଙ୍ଗର ଡ୍ରେସ ପିନ୍ଧିଛନ୍ତି ।

ଆଉ ତାଙ୍କ ସାଙ୍ଗ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି । ଦୁହେଁ ଏକ ହୋଟେଲ ଭିତରୁ ବାହାରି ଗାଡ଼ିରେ ଯାଉଥିବା ସିସିଟିଭିରେ କଏଦ୍ ହୋଇଛି । ଅଞ୍ଜଳି ଗାଡ଼ି ପଛରେ ବସିଛନ୍ତି । କିଛି ଦୂର ଯିବା ପରେ ଅଞ୍ଜଳି ଗାଡ଼ି ଚଲାଇଥିଲେ । ଏହା ପରେ କାର ସେମାନଙ୍କୁ ଧକ୍କା ଦେଇଥିଲା । କାର ତଳେ ଚାପି ହୋଇଯାଇଥିଲେ ଅଞ୍ଜଳି ଆଉ ୧୨ କିଲୋମିଟର ଘୋଷାଡି ହୋଇଯାଇଥିଲେ ।
ପୋଲିସ ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦିପକ ଖାନା ଓ ଅମିତ୍ ଖାନା ସାଙ୍ଗ କାର ମାଲିକ ଲୋକେଶଙ୍କ ଶଳା ଆଶୁତୋଷଙ୍କ ଠାରୁ କାର୍ ମାଗି ବୁଲିବାକୁ ବାହାରିଥିଲେ । ପ୍ରଚୁର ମଦ୍ୟପାନ କରିଥିଲେ ଓ ସେମାନେ କାର ଆଶୁତୋଷଙ୍କୁ ଫେରାଇବା ବେଳେ କ୍ରିଶନ ବିହାର ଠାରେ ଦୁର୍ଘଟଣା ଘଟାଇଥିବା କହିଥିଲେ । କାରରେ ସାଙ୍ଗ ମନୋଜ ମିତ୍ତଲ, ମିଥୁନ ଓ କ୍ରିଷ୍ଣନ୍ ବସିଥିଲେ । ୫ଜଣଙ୍କୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.