Latest Odisha News

BREAKING NEWS

କଂଗ୍ରେସ ଭବନରେ ୨ ଗୋଷ୍ଠୀ ହାତାହାତି, ଓବିସି ସେଲ୍ ବୈଠକ ବେଳେ ଗଣ୍ଡଗୋଳ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଜଗତସିଂହପୁରର ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ସୂଚନା ମିଳିଛି । ଓବିସି ସେଲ୍ ବୈଠକ ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପିସିସି ସଭାପତିଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି ।

ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗରେ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଓବିସି ସେଲ୍‌ ପୂର୍ବତନ ଅଧ୍ୟକ୍ଷଙ୍କୁ ଘରେ ବନ୍ଦ କଲେ କଂଗ୍ରେସ କର୍ମୀ । ଏହି ଘଟଣାକୁ ନେଇ କଂଗ୍ରେସ ଭବନ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ବରିଷ୍ଠ ନେତାମାନେ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଉଦ୍ୟମ କରିଛନ୍ତି ।

Leave A Reply

Your email address will not be published.