ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନ ଗଣ୍ଡଗୋଳ ଘଟଣାରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦଳ ବିରୋଧୀ କାମ ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଯିଏ ବିଶୃଙ୍ଖଳା କରିଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବୈଠକରେ ଏନେଇ ଆଲୋଚନା କରାଯିବ । କାହାର କିଛି ଅଭିଯୋଗ ଥିଲେ ଏଆଇସିସି ଓ ପିସିସିକୁ ଜଣାନ୍ତୁ । ଆଜି ଓବିସି ସେଲ୍ ବୈଠକ ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ଠେଲାପେଲା ହୋଇଥିଲା ।