ଭୁବନେଶ୍ୱର: ଭୁବନେଶ୍ୱରର ମଂଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି । କମିଶନରେଟ୍ ପୋଲିସ ଏଥିରେ ସମ୍ପୃକ୍ତ ଥିବା ୨ ଡକାୟତଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ତାକୁ ଗିରଫ କରିବା ପାଇଁ କମିଶନରେଟ୍ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଉଦ୍ୟମ ଜାରି ରଖିଛି ।
ସେପ୍ଟେମ୍ବର ୨୯ ତାରିଖ ଦିନ ବରୀମୁଣ୍ଡରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ପସି ବନ୍ଧୁକ ଦେଖାଇ ଦୁର୍ବୃତ୍ତ ମାନେ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ବରୀମୁଣ୍ଡ ଡକାୟତି ପୂର୍ବରୁ ପଟିଆ କଳାରାହାଙ୍ଗରେ ମଧ୍ୟ ଡକାୟତି ହୋଇଥିଲା। ତେବେ ବରୀମୁଣ୍ଡ ଡକାୟତି ସହ ଏହି ଲୁଟ୍ର କିଛି ସଂପର୍କ ରହିଛି କି ନାହିଁ ପୋଲିସ ତାର ଯାଞ୍ଚ କରୁଛି।
Comments are closed.