Latest Odisha News

BREAKING NEWS

ପିପିଇ କିଟ୍ ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା । କରୋନା ମହାମାରୀର ଫାଇଦା ଉଠାଇ ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍ ଘୋଡାଇ ଗଞ୍ଜେଇ ଚାଲାଣ ହେଉଛି । ପୋଲିସ ଆମ୍ବୁଲାନ୍ସ ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ ରଖିଛି । ଘଟଣା ଘଟିଛି ଗଂଜମା ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବରେ ।

ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଅଭିମୁଖେ ଯାଉଥିଲା । ତେବେ ବୁଡ଼ାମ୍ବ ଫାଣ୍ଡି ରାସ୍ତାରେ ପୁଲିସ୍‌ ଯାଞ୍ଚ କରୁଥିବାବେଳେ ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କରିଥିଲା। ଏହି ସମୟରେ ଭିତରେ ପିପିଇ କିଟ୍ ଢଙ୍କାଯାଇ କିଛି ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ସନ୍ଦେହ ହେବାରୁ ପୁଲିସ୍‌  ଚେକିଂ କରି ଗଞ୍ଜେଇ ଜବତ କରିଥିବା ଜଣାଯାଇଛି। ଏଥିସହ ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ଅଟକ ରଖାଯାଇଛି ।

Leave A Reply

Your email address will not be published.