ବ୍ରହ୍ମପୁର: ଓଡିଶା ପୋଲିସ୍ର ଜଣେ ଜବାନ କୋଭିଡ୍୧୯ରୁ ସୁସ୍ଥ ହୋଇ ଫେରିଥିବା ବେଳେ ବୁଧବାର ଗଞ୍ଜାମ ଜିଲାର ପୋଲସରା ଥାନାର ଦୁଇଜଣ ହୋମ୍ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏସମ୍ପର୍କରେ ଗଞ୍ଜାମ ଏସ୍ପିଙ୍କ ପକ୍ଷରୁ ଟୁଇଟର୍ରେ ସୂଚନା ଦିଆଯାଇଛି ।
ସେମାନଙ୍କୁ କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ବୋଲି ଅଭିହିତ କରିବା ସହିତ ଏହି ଦୁଇଜଣ ଜଗନ୍ନାଥପୁର ରେଳଷ୍ଟେସନ୍ ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି କରିଥିବା ସେ ଉଲ୍ଲେଖ କରିଛନ୍ତି ।
ଏଥିସହିତ ଉଭୟଙ୍କୁ ଚିକିତ୍ସା ପାଇଁ ପାରଳା ମହାରାଜା କୋଭିଡ୍ ହସ୍ପିଟାଲ୍ ଓ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ ଓଡିଶାର ପ୍ରଥମ କରୋନା ପଜିଟିଭ୍ ରୋଗୀ ବୁଧବାର ସୁସ୍ଥ ହୋଇ ଫେରିବା ପରେ ଓଡିଶା ପୋଲିସ୍ ପକ୍ଷରୁ ତାଙ୍କୁ ଉତ୍ସ୍ୱସିତ ସ୍ୱାଗତ କରାଯାଇଥିଲା ।
Comments are closed.