Latest Odisha News

BREAKING NEWS

ଚମ୍ପୁଆ ବିଧାୟିକା ଓ ସହଯୋଗୀଙ୍କ ନାଁରେ ଟ୍ରକ୍ ମାଲିକ ସଂଘର ସଙ୍ଗୀନ ଅଭିଯୋଗ

କେନ୍ଦୁଝର: ଅଡୁଆରେ ଚମ୍ପଆ ବିଧାୟିକା ମିନୀକ୍ଷୀ ମହନ୍ତ । ଗାଡ଼ି ମାଲିକଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟିକାଙ୍କ ଘନିଷ୍ଠ ସହଯୋଗୀଙ୍କ ନାଁରେ ଥାନାରେ ଏତଲା ହୋଇଛି । ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜ ବ୍ୟବସାୟ ବଢାଇବା ପାଇଁ ଗୁଣ୍ଡାଗିରି କରୁଥିବା ଅଭିଯୋଗ ଆଣିଛି ବାଂଶପାଣି ସ୍ଥିତ ମାଇନିଂ ଏରିଆ ଟ୍ରକ ମାଲିକ ସଂଘ । ବିଧାୟିକାଙ୍କ ଜଣେ ଘନିଷ୍ଠ ସହଯୋଗୀ ମହେନ୍ଦ୍ର ମହନ୍ତ ଓ ଅନ୍ୟମାନଙ୍କ ନାଁରେ ଏତଲା ହୋଇଛି ।

ଟ୍ରକ ମାଲିକ ସଂଘର ଅଭିଯୋଗ ଅନୁସାରେ, ଯାଜଙ୍ଗ ସ୍ଥିତ ଜେଏସଡବ୍ଲ୍ୟୁ ଖଣିରୁ ଟଣ୍ଟୋ ସ୍ଥିତ ବିଆରପିଏଲକୁ ଖଣିଜ ପଦାର୍ଥ ପରିବହନ ଦରକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପୂର୍ବରୁ ପରିବହନ ମୂଲ୍ୟ ୩୮୩ ଟଙ୍କା ଥିବା ବେଳେ ଏହାକୁ ୩୨୦ ଟଙ୍କାକୁ ହ୍ରାସ କରାଯାଇଥିଲା । ମୂଲ୍ୟ ହ୍ରାସକୁ ବିରୋଧ କରି ଟ୍ରକ ମାଲିକ ସଂଘ ପକ୍ଷରୁ ଖଣି ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଚାଲିଥିଲା ।

ଏତିକିବେଳେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଇଙ୍ଗିତରେ ବିଧାୟିକାଙ୍କ ପରିବାର ଦ୍ୱାରା ପରିଚାଳିତ ପରିବହନ ସଂସ୍ଥା ମା ଲୋଜିଷ୍ଟିକ ଓ ତାଙ୍କର ଘନିଷ୍ଠ କୁହାଯାଉଥିବା ମହେନ୍ଦ୍ର ମହାନ୍ତିଙ୍କ ନିର୍ଦ୍ଦେଶରେ କିଛି ଗୁଣ୍ଡା ଶ୍ରେଣୀର ଲୋକ ଆନ୍ଦୋଳନରତ ଟ୍ରକ ଡ୍ରାଇଭର ଓ ହେଲ୍ପରଙ୍କ ପରିବାରର ସ୍ତ୍ରୀ ଲୋକ ଓ ଟ୍ରକ ମାଲିକ ତଥା ଯୋଡ଼ା ପୌରପାଳିକାର ଯୁବ ଉପସଭାପତି ସତ୍ୟାନନ୍ଦ କାରୁଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏନେଇ ସତ୍ୟାନନ୍ଦ କାରୁଆ ଓ ଟ୍ରକ ମାଲିକ ସଂଘ ପକ୍ଷରୁ ବମେଵାରୀ ଥାନାରେ ପୃଥକ ପୃଥକ ୪ଟି ଏତଲା ଦାୟର ହୋଇଛି । ପୋଲିସ ଗୋଟିଏ ଏତଲା ଗ୍ରହଣ କରିଥିବା ବେଳେ ଅନ୍ୟ ଏତଲା ଗ୍ରହଣ କରିନାହିଁ । ବିଧାୟିକାଙ୍କ ଚାପର ବଶବର୍ତ୍ତୀ ହୋଇ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ନହେଲେ ଆଗକୁ ଏସପିଙ୍କ ଅଫିସ ଘେରାଉ କରିବେ ବୋଲି ଚେତେଇ ଦେଇଛି ଟ୍ରକ ମାଲିକ ସଂଘ ।

Leave A Reply

Your email address will not be published.