Latest Odisha News

BREAKING NEWS

ଜଳକ୍ରୀଡ଼ା ହେଲା କାଳ: ପାଣିରେ ବୁଡି ପ୍ରାଣ ହରାଇଲେ ୨ ନାବାଳକ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପାଣିରେ ବୁଡି ପ୍ରାଣ ହରାଇଛନ୍ତି ୨ ନାବାଳକ । ବାଂଶଡା ଥାନା ମଝିସାହିର ଜଗନ ମହାଳିକ(୯) ଓ ମନୋଜ ମହାଳିକ(୧୨) ଏକ କେନାଲରେ ଗାଧୋଇବାକୁ ଯାଇ କେନାଲ ପାଣିରେ ବୁଡିଯାଇ ପ୍ରାଣ ହରାଇଥିବା ସୁଚନା ମିଳିଛି ।

ଆଜି ମଧ୍ୟାହ୍ନରେ ଜିଲ୍ଲାର ବାଂଶଡା ଥାନା ଜଳେଶ୍ୱରପୁର ଗ୍ରାମପଞ୍ଚାୟତ ମଝିସାହିର ଧନେଶ୍ୱର ମହାଳିକଙ୍କ ପୁଅ ଜଗନ ମହାଳିକ(୯) ଓ ବେଣୁଧର ମହାଳି୍‌ଙ୍କ ପୁଅ ମନୋଜ ମହାଳିକ(୧୨) ଗ୍ରାମ ସମ୍ମୁଖରେ ଥିବା ଏକ କେନାଲକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ବାଳକ ଦ୍ୱୟ ନିଜର ଅସାବଧାନତା କାରଣ ପାଇଁ ଜଣକ ପରେ ଜଣେ ପାଣି ସ୍ରୋତରେ ବୁଡିଯାଇଥିଲେ ।

ଦୁଇ ବାଳକଙ୍କର ଘରକୁ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ କେନାଲ ପାଖରେ ଖୋଜାଖୋଜି କରିବାରୁ ଦୁଇ ଜଣଙ୍‌କ ଚପଲ ଗାଧୋଇବା ସ୍ଥାନରେ ପଡିଥିବା ଦେଖିବାକୁ ମିଳିଥିଲା । ପାଣିରେ ବୁଡି ଯାଇଥିବା ସନ୍ଦେହ ହେବାରୁ ପାଣିରେ ଗ୍ରାମଲୋକଙ୍କ ସହାୟତାରେ କେନାଲ ପାଣିରେ ଖୋଜାଖୋଜି କରି ଦୁଇ ନାବାଳକଙ୍କୁ ପାଣିରୁ ଉଦ୍ଧାର କରି ସ୍ଥାନୀୟ କ୍ଷେତ୍ରୀୟ ଚିକିତ୍ସାଳୟକୁ ନେଇଥିଲେ ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋସଣା କରିଥିଲେ ।

Leave A Reply

Your email address will not be published.