Latest Odisha News

BREAKING NEWS

ଜମିଜମା ବିବାଦକୁ ନେଇ କଟୁରୀ ବୁଲିଲା, ୨ ଗୁରୁତର

ଯାଜପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଦୁଇ ପଡୋଶୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ, ପରେ ଧସ୍ତାଧସ୍ତି ଓ ଶେଷରେ କଟୁରୀ ଚୋଟରେ ଝଗଡାର ଅବସାନ ଘଟିଥିଲା । କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଯାଜପୁର ଜିଲ୍ଲାର ଅରିଲୋ ଗାଁ ।

ରିପୋର୍ଟ ଅନୁଯାୟୀ ପ୍ରତାପ ସାମଲ ଓ ପ୍ରଫୁଲ୍ଲ ସାମଲଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ବହୁ ପୂର୍ବରୁ ବାଦବିବାଦ ଲାଗିରହିଥିଲା । ଏପରିକି ପ୍ରଫୁଲ୍ଲ ଅନେକ ସମୟରେ ପ୍ରତାପଙ୍କୁ ଧମକଚମକ ମଧ୍ୟ ଦେଉଥିଲେ । ହେଲେ ଆଜି ସେହି ଧମକ ସତ ପ୍ରମାଣିତ ହୋଇଥିଲା । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲାବେଳେ ପ୍ରଫୁଲ୍ଲ ଏକ କଟୁରୀ ସହାୟତାରେ ପ୍ରତାପ ଓ ଅନ୍ୟ ଜଣେ ବ୍ୟକ୍ତି ନରହରିଙ୍କୁ ଆକ୍ରମଣ କରିଥିଲେ ।

କଟୁରୀ ଚୋଟରେ ଆହତ ପ୍ରତାପଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଆହତ ନରହରି କଣ୍ଟିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥବାବେଳେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି ଅଭିଯୁକ୍ତ ପ୍ରଫୁଲ୍ଲ ସାମଲ ।

Leave A Reply

Your email address will not be published.