Latest Odisha News

କପିଳାସ ଅଭୟାରଣ୍ୟରୁ ୨ ଶିକାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସ୍ଥିତ କପିଳାସ ଅଭୟାରଣ୍ୟରୁ ବନ ବିଭାଗ ପକ୍ଷରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ।

ଗିରଫ ଦୁଇ ଜଣ ବ୍ୟକ୍ତି ଟୁନା କରୁଆ ଓ ଟ୍ୱିନ୍ କୋଣ୍ଡଲକାନେ ବୋଲି ଜଣାପଡିଛି ।

ସୂଚନାନୁଯାୟୀ, ବନ କର୍ମଚାରୀଙ୍କ ପକ୍ଷରୁ ଗତକାଲି ରାତିରେ ଉକ୍ତ ଅଞ୍ଚଳରେ ଚଢାଉ ବେଳେ ଶିକାର ପାଇଁ ଅପେକ୍ଷା କରିଥିବା ଶିକାରୀଙ୍କୁ ଧରା ଯାଇଥିଲା ।

ସେମାନଙ୍କ ଠାରୁ ଦେଶୀ ବନ୍ଧୁକ ଓ ତୀର ମଧ୍ୟ ଜବତ କରାଯାଇଥିଲା । ତେବେ ଏନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଦୁହିଁଙ୍କୁ କୋର୍ଟ ପଠାଯିବା ନେଇ ସୁତ୍ରରୁ ପ୍ରକାଶ ।

Comments are closed.