Latest Odisha News

BREAKING NEWS

ଓମିକ୍ରନ ଭ୍ୟାରିଆଂଟ ଭୟ ବଢ଼ିଲା: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୨ ଭାରତୀୟଙ୍କ ରିପୋର୍ଟ ପଜିଟିଭ

ବେଙ୍ଗାଲୁର: କରୋନା ମହାମାରୀର ନୂତନ ଭ୍ୟାରିଆଂଟ ଓମିକ୍ରନର ଭୟ ଏବେ ସମସ୍ତଙ୍କୁ ଗ୍ରାସ କରିବା ଆରମ୍ଭ କରିଛି । ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୯୪ ଭାରତୀୟଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଏ ପର୍ଯ୍ୟନ୍ତ କର୍ଣ୍ଣାଟକର ୨ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଓମିକ୍ରାନ ଭ୍ୟାରିଆଂଟରେ ସଂକ୍ରମିତ କି ନାହିଁ ତାହା ରିପୋର୍ଟ ଆସିବା ପରେ ଜଣାପଡିବ ।

୧୦ ଦିନ ମଧ୍ୟରେ ୧ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭାରତ ଫେରିଛନ୍ତି । ସମସ୍ତଙ୍କୁ ଟ୍ରେସ କରାଯାଇ ରିପୋର୍ଟ ସଂଗ୍ରହ କରାଯାଉଛି । ସମସ୍ତ ବିମାନ ବନ୍ଦରରେ କଟକଣା ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଉପରୋକ୍ତ ୨ଜଣ ବ୍ୟକ୍ତି କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଡାଟା ମଧ୍ୟ ସଂଗ୍ରହ କରାଯାଉଛି ।

Leave A Reply

Your email address will not be published.