Latest Odisha News

BREAKING NEWS

ମଥୁରାରେ ୨ ସାଧୁଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ

ମଥୁରା: ମଥୁରାରର ଗୋବର୍ଦ୍ଧନ ଆଶ୍ରମରେ ୨ ସାଧୁଙ୍କ ସିନ୍ଦିଗ୍ଧ ଅବସ୍ଥ‌ାରେ ମୃତ୍ୟୁ ଘଟିଛି । ଜିଲ୍ଲା ପ୍ରଶାସନ ଏଥିନେଇ ତତ୍ପରତା ପ୍ରକାଶ କରିବା ସହ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ସକାଳେ ଚା’ ପିଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଡାକ୍ତରଖାନାକୁ ତୁରନ୍ତ ନିଆଯାଇଥିଲେ ମଧ୍ୟ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଅଛି ।

ପ୍ରାୟ ଏକ ବର୍ଷ ହେବ ଉପରୋକ୍ତ ଆଶ୍ରମରେ ଗୋପାଳ ଦାସ (୫୫), ଶ୍ୟାମ ସୁନ୍ଦର ଦାସ (୬୦) ଓ ରାମବାବୁ ଦାସ (୬୦) ରହୁଥିଲେ । ଗୋପାଳ ଦାସ ଓ ସୁନ୍ଦର ଦାସ ମୃତ୍ୟୁବରଣ କରିଥିବା ବେଳେ ରାମବାବୁଙ୍କ ଅବସ୍ଥା ଗୁରୁତର ରହିଛି । ଗୋପଳ ଦାସଙ୍କ ଭାଇ ଟିକମ ବିଷ ଦିଆଯାଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.