Latest Odisha News

BREAKING NEWS

ଆମେରିକା: ଭାରତୀୟ-ଆମେରିକୀୟ ମାଲା ଆଡିଗା ହେଲେ ଜିଲ୍‌ ବାଇଡେନ୍‌ଙ୍କ ବରିଷ୍ଠ ପରାମର୍ଶଦାତା

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଦିନ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍‌ଙ୍କ ପାଇଁ ନୀତି ନିର୍ଦ୍ଦେଶକ ଭାବରେ ଭାରତୀୟ-ଆମେରିକୀୟ ମାଲା ଆଡିଗାଙ୍କୁ ନିଯୁକ୍ତ କରିଛନ୍ତି। ଆଡିଗା ଜିଲ ବାଇଡେନ୍‌ଙ୍କ ବରିଷ୍ଠ ପରାମର୍ଶଦାତା ତଥା ବାଇଡେନ୍‌ଙ୍କ -କମଲା ହାରିସ କ୍ୟାମ୍ପରେ ସିନିୟର ପଲିସି ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି। ଏହାପୂର୍ବରୁ ଆଡିଗା ବାଇଡେନ୍‌ଙ୍କ ଫାଉଣ୍ଡେସନରେ ଉଚ୍ଚଶିକ୍ଷା ଏବଂ ମିଲିଟ୍ରି ପରିବାରର ନିର୍ଦ୍ଦେଶକ ଥିଲେ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଶାସନ କାଳରେ ମାଲା ଆଡିଗା ଶିକ୍ଷା ଓ ସାଂସ୍କୃତିକ ବ୍ୟାପାର ବ୍ୟୁରୋରେ ଏକାଡେମିକ୍ ପ୍ରୋଗ୍ରାମ ପାଇଁ ରାଜ୍ୟ ଉପ-ସହକାରୀ ସଚିବ, ଏବଂ ରାଷ୍ଟ୍ରଦୂତଙ୍କ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.