Latest Odisha News

BREAKING NEWS

ନୀଳ ଆକାଶରେ ସିଗଲଙ୍କ ଉଡାଣ

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଦୁଇଟି ପକ୍ଷୀଙ୍କର ଭିଡିଓ । କରୋନା ଭଳି ସଙ୍କଟ ଜନକ ସ୍ଥିତିରେ ନୀଳ ଆକାଶରେ ମୁକ୍ତ ବିହଙ୍ଗ ଦୁଇଟିର ଉଡୁଥିବାର ବେଶ୍ ମଜାଦାର ଭିଡିଓ । ଦୁଇଟି ସିଗଲ ଅବାଧରେ ଉଡି ବୁଲୁଛନ୍ତି । ସବୁଠୁ ମଜା କଥା ହେଲା ଗୋଟିଏ ପକ୍ଷୀ ଅନ୍ୟ ପକ୍ଷୀଟିକୁ ପିଠିରେ ବସାଇ ଦ୍ରୁତ ଗତିରେ ଉଡାଣ ଭରୁଛି । ଏହି ଭିଡିଓକୁ ବହୁ ସତର୍କତାର ସହ କରାଯାଇଛି । ଭିଡିଓଟିକୁ ହଜାର ହଜାର ଲୋକେ ସେୟାର କରୁଥିବା ବେଳେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । କରୋନା ଭଳି ସ୍ଥିତିରେ ମଣିଷ ବେଶ୍ ସତର୍କତାର ସହ ଜୀବନ ଜୀଉଁଛି । ଆଉ ଏହା ଭିତରେ ପକ୍ଷୀ ଦୁଇଟି ନିରବଚ୍ଛିନ୍ନ ଭାବେ ଆକାଶରେ ଉଡି ବୁଲୁଛନ୍ତି । ଦୁଇ ପକ୍ଷୀ ନିଜ ଉଡାଣକୁ ବେଶ ଉପଭୋଗ କରୁଥିବା ବେଳେ ବିଭିନ୍ନ ଶଦ୍ଦରେ ପ୍ରକମ୍ପିତ ହୋଇଉଠୁଛି ପରିବେଶ । ଭିଡିଓଟି ୨.୪ମିଲିୟନ୍ ଲୋକେ ଦେଖିଥିବା ବେଳେ ଏବେ ବି ବହୁ ଲୋକ ସେୟାର କରିବାରେ ଲାଗିଛନ୍ତି । ବିଭିନ୍ନ ମେମେ ଆଉ କ୍ୟାପସନ୍ ଦେଇ ଭିଡିଓଟି ବେଶ୍ ମଜାଦାର ହେବାରେ ଲାଗିଛି । ସୋସିଆଲ ମିଡିଆରେ ଘୁରିବୁଲୁଛି ଏହି ଭିଡିଓ । …

 

Leave A Reply

Your email address will not be published.