ପୁରୀ: କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବାବେଳେ ବୁଡିଗଲେ ଦୁଇ ଜଣ ପର୍ଯ୍ୟଟକ । ପୁରୀ ସମୁଦ୍ର କୂଳ ହୋଟେଲ୍ ଶୁଭ ପ୍ୟାଲେସ ସମ୍ମୁଖ ସେକ୍ଟର ୧୪ରେ ଏହି ଅଘଟଣ ଘଟିଛି । ଦୁଇ ଜଣ ପର୍ଯ୍ୟଟକ ହେଲେ ଜଣେ ନାବାଳକ ଓ ଯୁବକ ।
ତୁରନ୍ତ ଅଗ୍ନିଶମ ବିଭାଗ ଓ ଲାଇଫ୍ ଗାର୍ଡ଼ ସମୁଦ୍ର ଭିତରକୁ ଯାଇ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁରରୁ ପୁରୀ ଆସିଥିଲେ ଆକାଶ ସିଂ ଓ ପ୍ରତାପ ସିଂ।
ସମୁଦ୍ରରେ ସ୍ନାନ କରୁଥିବାବେଳେ ହଠାତ୍ ବଡ଼ ଢେଉ ଆସିବାରୁ ଦୁହେଁ ଭାସି ଯାଇଥିଲେ । ଗଭୀର ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଇଥିଲେ । ତୁରନ୍ତ ଲାଇଫ୍ ଗାର୍ଡ଼ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସମୁଦ୍ର ଭିତରକୁ ଯାଇ ଉଭୟଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ। ଉଦ୍ଧାର ପରେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଉଭୟ ସୁସ୍ଥ ଥିବା ସୂଚନା ରହିଛି ।
