Latest Odisha News

BREAKING NEWS

ଭୁବନେଶ୍ବରରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା

ଭୁବନେଶ୍ୱର: ପୁଣି ରେଳ ବିଭାଗର ବଡ଼ ତ୍ରୁଟି ଅଭିଯୋଗ। ଭୁବନେଶ୍ବରରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା । ଝାରପଡ଼ା ବ୍ରିଜ୍ ନିକଟରେ ଟ୍ରେନ୍ ମଧ୍ୟରେ ଧକ୍କା। ଗୋଟିଏ ଟ୍ରାକ୍‌ରେ ଦୁଇ ଟ୍ରେନ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଖବର ଆସିଛି। ସଫେଇ ପାଇଁ ଯାଉଥିଲା ଟ୍ରେନ୍, ହେଲେ ଟ୍ରେନରେ ନଥିଲେ ଯାତ୍ରୀ।

ସୂଚନା ଅନୁସାରେ ଭୁବନେଶ୍ବର ଷ୍ଟେସନରୁ ଆସୁଥିଲା ଏକ ଖାଲି ଟ୍ରେନ୍। ମଞ୍ଚେଶ୍ବର ଦିଗରୁ ଯାଉଥିଲା ଏକ୍ସପ୍ରେସ୍। ତେବେ ଏହା କୋଣାର୍କ ଏକ୍ସପ୍ରେସ୍ ହୋଇଥିବା ସୂଚନା ମିଳିଛି। ସୌଭାଗ୍ୟବସତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

Comments are closed.