Latest Odisha News

BREAKING NEWS

ଜେଲ ପାଚେରୀ ଡେଇଁ ୨ ବିଚାରଧିନ କଏଦୀ ଫେରାର

ଭବାନୀପାଟଣା: ଜିଲ୍ଲା ମୁଖ୍ୟ କାରାଗାରରୁ ୨ ବିଚାରଧୀନ ବନ୍ଦୀ ଚମ୍ପଟ୍‌ । ୨ ବନ୍ଦୀଙ୍କ ଫେରାର ନେଇ ସୂଚନା ଦେଲ ଜେଲ୍‌ ସୁପରିଟେଣ୍ଡଣ୍ଟ । ୨ ବନ୍ଦୀଙ୍କ ମଧ୍ୟରୁ ଜଣେ ନୂଆପଡ଼ାର, ଅନ୍ୟଜଣେ ଧର୍ମଗଡ଼ର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ରବିବାର ସକାଳୁ ବଗିଚା କାମ କରୁଥିବା ସମୟରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ କାରାଗାରରୁ ଦୁଇ କଏଦୀ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ସୂଚନା ମିଳିଛି । ଦୁଇଜଣ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର। ୨ ଜଣ ପୋକ୍ସୋ ଆକ୍ଟରେ ଗିରଫ ହୋଇ ଗତ ଫେବୃଆରୀ ମାସରୁ ଜେଲ୍‌ରେ ଥିଲେ ।

Leave A Reply

Your email address will not be published.