Latest Odisha News

BREAKING NEWS

ଭୀଷଣ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାଇ ରବିବାରରୁ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତି ମିଳିବ । କଟକ, କେନ୍ଦୁଝର,ଅନୁଗୁଳ, ଢେଙ୍କାନାଳ, ଯାଜପୁର ଆଦି ୫ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିଭଳି ଖୋର୍ଦ୍ଧା, ନୟାଗଡ଼ , ଦେବଗଡ଼ ବୌଦ୍ଧ,ଓ ମୟୂରଭଞ୍ଜ, ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହୋଇପାରେ । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୭ ତାରିଖରେ ରାଜ୍ୟର କଟକରେ ୩୮ ଡିଗ୍ରୀ ଓ ଭୁବନେଶ୍ୱରରେ ୩୭ ଡିଗ୍ରୀ ତାପମାତ୍ରା ରହିପାରେ ।ସେହିପରି

୮ ତାରିଖରେ  ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାରିପାଗ ବିଭାଗ ।  ସେପଟେ ୪ ଓ ୫ ତାରିଖ ଦିନ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି  ଯାହା ଫଳରେ  ରାଜ୍ୟରେ ୪ ଜିଲ୍ଲାରୁ ୮ଜଣ ଅଂଶୁଘାତର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟ ଶାସନ ସତିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ହେଉଥିବା ପ୍ରଚଣ୍ଡ ଗ୍ରୀଷ୍ମତାପର ମୁକାବିଲା ପାଇଁ ଭର୍ଚୁଆଲ ଯୋଗେ ଏକ ବୈଠକ ବସିଛି ।

ଯେଉଁଥିରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ । ତାତିର ମୁକାବିଲା ପାଇଁ ସମସ୍ତଙ୍କୁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.