Latest Odisha News

BREAKING NEWS

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଭୁବନେଶ୍ୱର/ଖୋର୍ଦ୍ଧା: ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଗୁରୁବାର ସକାଳେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି ।

ଆହତ ଅପରାଧୀ ମାନଙ୍କ ନାମ ସୁଶାନ୍ତ ମାଝି ଓ ଜାମସେଦ୍ ଖାନ୍ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଡକାୟତି ଉଦେ୍ଧଶ୍ୟରେ ନୟାଗଡରୁ ରାଜଧାନୀ ଭୁବନେଶ୍ୱର ଆସିଥିବା ସୁଶାନ୍ତ ସମ୍ପର୍କରେ କୌଣସି ସୁତ୍ରରୁ ଖବର ପାଇ କଳିଙ୍ଗ ନଗର କେ୭ ଅଞ୍ଚଳରେ କମିଶନରେଟ୍ ପୋଲିସ ଚଢାଉ କରି ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ପୋଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା।

ସୁଶାନ୍ତର ବାମ ଗୋଡରେ ଗୁଳି ବାଜିଥିବା ବେଳେ ଅପରାଧିଙ୍କୁ ଚିକିତ୍ସା ନିମନ୍ତେ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରେ ପୋଲିସ ସୁଶାନ୍ତ ଠାରୁ ୯ ଏମଏମ ପିସ୍ତଲ୍ ଓ ୫ଟି ଜୀବନ୍ତ ଗୁଳି ଜବତ କରିଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ରାମଶ୍ୱେର ନିକଟରେ ଅନ୍ୟ ଜଣେ କୁଖ୍ୟାତ ଅପରାଧି ଜାମସେଦ ଖାନକୁ ଧରିବାରେ ସଫଳ ହୋଇଥିଲା ସ୍ଥାନୀୟ ପୋଲିସ ।

ପ୍ରାପ୍ତ ସୂଚନାନୁଯାୟୀ ଜାମସେଦ୍ ରାମେଶ୍ୱର ନିକଟସ୍ଥ ଏକ ଜଙ୍ଗଲରେ ଛପି ରହିଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ନିରାକାରପୁର ଥାନା ଓ ଟାଙ୍ଗି ଥାନା ଆଇଆଇସିଙ୍କ ନେତୃତ୍ୱରେ ଗଠିତ ଏକ ଟିମ ମିଳିତ ଭାବେ ଚଢାଉ କରି ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜାମସେଦ୍ ପୋଲିସ୍ ଉପରକୁ ବୋମାମାଡ କରିଥିଲା । ଏଥିରେ ନିରାକାରପୁର ଥାନା ଆଇଆଇସି ଓ ଟାଙ୍ଗି ଥାନା ଆଇଆଇସି ଉଭୟ ଆହତ ହୋଇଥିଲେ ।

ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିବା ବେଳେ ଅପରାଧିର ବାମ ଗୋଡରେ ଗୁଳି ବାଜିଥିଲା । ସଙ୍ଗେସଙ୍ଗେ ତାକୁ ଉଦ୍ଧାର କରାଯାଇ ଚିକିସôା ନିମନ୍ତେ ପ୍ରଥମେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଏବଂ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିବା ପୋଲିସ ସୁତ୍ରରୁ ପ୍ରକାଶ ।

ତେବେ ତା’ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.