Latest Odisha News

BREAKING NEWS

ଚିଦାମ୍ବରମଙ୍କୁ ଝଟକା, ଅଗ୍ରୀମ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନିତୀ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଝଟକା । ତାଙ୍କ ଅଗ୍ରୀମ ଜାମିନ ଆବେଦନକୁ ଗୁରୁବାର ଦିନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ଫଳରେ ଆଇଏନଏକ୍ସ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ତାଙ୍କୁ ପୁଣିଥରେ ଗିରଫ କରିବାର ଆଶଙ୍କା ରହିଛି । ଅପରପକ୍ଷରେ ସିବିଆଇର ରିମାଣ୍ଡ ମଧ୍ୟ ଗୁରୁବାର ଦିନ ଅର୍ଥାତ୍ ଆଜି ଶେଷ ହେଉଛି ।

ସୂଚନାନୁଯାୟୀ, ଚିଦାମ୍ବରମ ଏୟାରସେଲ୍-ମାକ୍ସିସ୍ ଚୁକ୍ତିରେ ନିଜ ପଦବୀର ଦୁରୋପଯୋଗ କରିଥିବା ନେଇ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦର୍ଶାଇଥିବା ଜଣାପଡିଛି । ଏପରିକି ଏନେଇ ସମ୍ପୂର୍ଣ୍ଣ ପ୍ରମାଣ ମଧ୍ୟ ରହିଛି, ଏଭଳି ସ୍ଥଳେ ତାଙ୍କୁ ଜାମିନ ଦିଆଗଲେ ପ୍ରମାଣ ନଷ୍ଟ କରିବାର ଆଶଙ୍କା ରହିଥିବା ନେଇ ଇଡି କୋର୍ଟରେ ଦର୍ଶାଇଥିଲା ।

Leave A Reply

Your email address will not be published.