Latest Odisha News

BREAKING NEWS

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଫାଇନାଲରେ ରେକର୍ଡ ସ୍କୋର କଲା ଅଷ୍ଟ୍ରେଲିଆ

ବେନୋନି: ଏଠାରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୨୫୪ ରନର ରେକର୍ଡ ଟାର୍ଗେଟ ଭାରତ ସମ୍ମୁଖରେ ରଖିଛି । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ ବିନିମୟରେ ୨୫୩ ରନ କରିଥିଲା । ବିଶ୍ୱକପ ଫାଇନାଲରେ ଏହା ସର୍ବୋଚ୍ଚ ସ୍କୋର । ହ୍ୟାରୀ ଡିକ୍ସନ ୪୨, ହ୍ୟୁଜ ୱେବେଗେନ ୪୮, ହରଜାସ ସିଂ ୫୫ ରନ କରିଥିବା ବେଳେ ଓଲିଭର ପିକ ୪୬ ରନ କରି ନଟଆଉଟ ରହିଥିଲେ । ଭାରତ ପକ୍ଷରୁ ରାଜ ଲିମ୍ବାନୀ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନମନ ତିୱାରୀ ୨ଟି ଏବଂ ସୌମ୍ୟ ପାଣ୍ଡେ ଓ ମୁଶୀର ଖାଁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଭାରତ ନିକଟରେ ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ ଥିବା ବେଳେ ଅଷ୍ଟ୍ରେଲିଆ ପାଖରେ ପେସ ବାହିନୀ ରହିଛି । ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରି ନ ଥିବା ବେଳେ ପ୍ରଶଂସକମାନେ ଟାଇଟଲ ହାସଲ ନେଇ ଆଶା ବାନ୍ଧି ବସିଛନ୍ତି ।

Leave A Reply

Your email address will not be published.