ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନ ଉପରେ ଶନିବାର ଅର୍ଥନୀତି ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯାହାକି ଉଭୟ ଦେଶ ମଧ୍ୟରେ ଥିବା ତିକ୍ତତାକୁ ଆହୁରି ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି । ଚୀନର୧୪ଟି ବଡ କମ୍ପାନୀକୁ ଆମେରିକା ବ୍ଲାକଲିଷ୍ଟ ଘୋଷଣା କରିଛି ।
ଚୀନରେ ଉଇଗର ଏବଂ ମୁସଲମାନଙ୍କ ଉପରେ କରାଯାଉଥିବା ଅତ୍ୟାଚାରକୁ ବିରୋଧ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମସ୍ତ କମ୍ପାନୀଗୁଡିକୁ ଟ୍ରେଡ ବ୍ଲାକଲିଷ୍ଟ ତାଲିକାଭୁକ୍ତ କରାଯାଇଛି । ଏଗୁଡିକ ମଧ୍ୟରେ ବେଜିଂ ସିନୋନୋଟ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କୋ, ଲିଓନ ଟେକ୍ନୋଲୋଜି ଓ କାଇଲାଣ୍ଡ ଟେକ୍ନୋଲୋଜି ସାମିଲ ।
Comments are closed.