Latest Odisha News

BREAKING NEWS

କରୋନା ବିରୋଧରେ ଫାଇଜରକୁ ବୁଷ୍ଟର ଡୋଜ୍‌ ଭାବେ ନେବାକୁ ମିଳିଲା ଅନୁମତି

ୱାଶିଂଟନ୍: ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଫାଇଜର-ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି। ପ୍ରଶାସନ ବୁଧବାର ଦିନ ୬୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଫାଇଜର୍‌କୁ ବୁଷ୍ଟର୍ ଡୋଜ୍ ଭାବେ ବ୍ୟବହାର କରିବା୍ୁ ଅନୁମତି ଦେଇଛି। ଏହାଛଡା ସଂକ୍ରମଣର ଆଶଙ୍କା ଅଧିକ ଥିବା ଲୋକ ମଧ୍ୟ ପାଇଜର୍‌ ବୁଷ୍ଟର ଡୋଜ ନେଇପାରିବେ। ଏ ନେଇ ଆମେରିକା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ହୁ ସବୁ ରାଷ୍ଟ୍ର ମୁଖ୍ୟମାନଙ୍କୁ କରୋନା ବିରୋଧରେ ବୁଷ୍ଟର ଡୋଜ୍‌ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲା।  କାରଣ ଏହାଦ୍ୱାରା ଗରିବ ରାଷ୍ଟ୍ରଗୁଡ଼ିକ ଟିକା ପାଇବାରୁ ବଞ୍ଚିତ ହେବେ। କିନ୍ତୁ ଗୋଟିଏ ପରେ ଗୋଟିଏ ରାଷ୍ଟ୍ର ନିଜ ନାଗରିକଙ୍କ ପାଇଁ ବୁଷ୍ଟର ଡୋଜ୍‌ର ବ୍ୟବସ୍ଥା ଆରମ୍ଭ କରିଦେଇଛନ୍ତି। ଏଥିରେ ଏବେ ଆମେରିକା ମଧ୍ୟ ଯୋଡ଼ି ହୋଇଯାଇଛି।

Leave A Reply

Your email address will not be published.