Latest Odisha News

BREAKING NEWS

ଆଜି ରାଜ୍ୟରୁ ୬୪୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଉପର ତଳ ହେଉଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୪୪ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୩୭୫ ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ସଂକ୍ରମଣ ରହିଛି ୨୬୯ । ୧୮ ବର୍ଷରୁ କମ୍ ଆଉ ୭୨ ଜଣ ଶିଶୁ ଓ କିଶୋର କରୋନା ସଂକ୍ରମିତ ହୋଇଛନ୍ତି ।

ଆଜି ୨୪ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ସଂକ୍ରମିତ ବାହାରିଛନ୍ତି । କଟକରୁ ୭୭, ବାଲେଶ୍ୱରରୁ ୩୪, ଜଗତସିଂହପୁରରୁ ୨୮, ପୁରୀରୁ ୨୨ ଓ ଯାଜପୁରରୁ ଚିହ୍ନଟ ହୋଇଛନ୍ତି ଆଉ ୨୦ ଆକ୍ରାନ୍ତ । ବାକି ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ ଲକ୍ଷ ୨୨ହଜାର ୫୯୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୮ହଜାର ୬୭୧ ଆକ୍ରାନ୍ତ । ଏବେ ରାଜ୍ୟରେ ୫ହଜାର ୭୧୩ କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.