ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ପାକିସ୍ତାନ ୨ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୮ ବର୍ଷ ପରେ ଭାରତକୁ ହରାଇବାରେ ପାକିସ୍ତାନ ସଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଆରାଧ୍ୟା ଯାଦବଙ୍କ ୫୦ ରନ ସହାୟତାରେ ୨୩୭ ରନ କରିଥିଲା । ଜବାବରେ ପାକିସ୍ତାନ ମ୍ୟାଚର ଅନ୍ତିମ ବଲରେ ୨ ୱିକେଟ ହାତରେ ଥାଇ ମ୍ୟାଚକୁ ଜିତି ନେଇଥିଲା ।
ମହମ୍ମଦ ଶେହଜାଦ ମ୍ୟାଚ ବିଜୟୀ ୮୧ ରନର ଇନିଂସ ଖେଳିଥିଲେ । ୯ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅହମ୍ମଦ ଖାଁ ୧୯ ବଲରେ ଦ୍ରୁତ ୨୯ ରନ କରିଥିଲେ । ୨୦୧୩ ପରଠାରୁ ଭାରତକୁ ପାକିସ୍ତାନ ହରାଇ ନ ଥିଲା । ଏହି ପରାଜୟ ସତ୍ୱେ ଭାରତ ସେମିଫାଇନାଲରେ ପ୍ରବେଶ ଆଶା ଉଜ୍ଜୀବୀତ ରହିଛି ।
Comments are closed.