Latest Odisha News

BREAKING NEWS

କୋରାପୁଟ ବନଭାରତୀ କଲୋନୀରେ ଯୁବକଙ୍କୁ ହତ୍ୟା, ୨ ଅଟକ

କୋରାପୁଟ : କୋରାପୁଟ ସହର ବନଭାରତୀ କଲୋନୀରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତକ ହେଲେ ସନ୍ୟାସୀ ପୂଜାରୀ । ସୂଚନା ଅନୁସାରେ, କୋରାପୁଟ ପରଜା ସାହିରେ ରହି ବସଷ୍ଟାଣ୍ଡରେ କୁଲି କାମ କରୁଥିଲେ ସନ୍ୟାସୀ । ଗତକାଲି ରାତିରେ ବନଭାରତୀ କଲୋନୀରେ ଥିବା ଶାଳୀ ଘରକୁ ଯାଇଥିଲେ ସନ୍ୟାସୀ । କିନ୍ତୁ ଆଜି ସକାଳେ ବନଭାରତୀ କଲୋନୀ ନିକଟରେ ସନ୍ୟାସୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଅତିରିକ୍ତ ଏସପିଙ୍କ ନେତୃତ୍ବରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି । ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ଅଟକ ରଖାଯାଇଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ମଟର ସାଇକେଲକୁ ବନଭାରତୀ କଲୋନୀରେ କେହି ନିଆଁ ଲଗାଇ ଦେଇଛି । ଘଟଣାର ତଦନ୍ତ ଚାଲିଛି ଓ ଏବଂ ଏହା ହତ୍ୟା ନା ଆଉ କିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅତିରିକ୍ତ ଏସପି ।

Leave A Reply

Your email address will not be published.