Latest Odisha News

ଭାରତ ଜିତିଲା ୧୯ ବର୍ଷରୁ କମ୍ ବିଶ୍ୱକପ୍: ଇଂଲଣ୍ଡକୁ ହରାଇ ପଞ୍ଚମ ଥର ଚାମ୍ପିଅନ

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତିଲା ଭାରତ। ପଞ୍ଚମ ଥର ଚାମ୍ପିଅନ ହୋଇଛି। ଫାଇନାଲରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ଟ୍ରଫି ହତେଇଛି ଟିମ୍ ଇଣ୍ଡିଆ। ରୋମଞ୍ଚଭରା ମୁକାବିଲାରେ ଶେଷରେ ବାଜି ମାରିଥିଲା ଭାରତ। ସର୍ବାଧିକ ପଞ୍ଚମ ଥର ବିଶ୍ବକପ୍ ଜିତିବାର ବିରଳ କୀର୍ତ୍ତିମାନ ସ୍ଥାପନ କରିଛି । ଏଥର ବିଶ୍ଵକପରେ ଅପରାଜେୟ ରହିଛି ଟିମ୍ ଇଣ୍ଡିଆ। ଗୋଟିଏ ବି ମ୍ୟାଚ୍ ହାରିନି ।ଗତକାଲି ଫାଇନାଲରେ ରବି କୁମାର ଓ ରାଜ୍ ବାୱାଙ୍କ ଘାତକ ବୋଲିଂ ଆଗରେ ଇଂଲଣ୍ଡର ବ୍ୟାଟିଂ ଲାଇନ ଅପ ଭୁଶୁଡ଼ି ପଡ଼ିଥିଲା।  ମାତ୍ର ୧୮୯ ରନ୍‌ରେ ଅଲଆଉଟ୍ ହୋଇଥିଲା ଇଂଲଣ୍ଡ । ୧୯୦ ଟାର୍ଗେଟ ପିଛା କରି ଭାରତ ପ୍ରଥମରୁ ଝଟକା ଖାଇଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା।

ମିଡିଲ ଅର୍ଡରରେ ସେକ୍ ରସିଦଙ୍କ ଲଢ଼ୁଆ ଓ ନିଶାନ୍ତ ସିନ୍ଧୁଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ୨ ଓଭର ୨ଟି ବଲ ବାଜି ଥାଇ ବିଜୟ ହାସଲ କରି ନେଇ ଥିଲା ଭାରତ।  ଶେଷ ୩ ଓଭରରୁ ଭାରତକୁ ବିଜୟ ପାଇଁ ୧୨ ରନ୍‌ର ଦରକାର ଥିଲା । ୪୮ତମ ଓଭରର ତୃତୀୟ ଓ ଚତୁର୍ଥ ବଲ୍‌କୁ ଛକା ମାରି ୱିକେଟ୍ ରକ୍ଷକ ଦୀନେଶ ବିଜୟ ଭେଟି ଦେଇଥିଲେ।

ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରାଜ୍‌ ବାୱା ( ୫/୩୧, ୩୫ ରନ୍) ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।  ଦକ୍ଷିଣ ଆଫ୍ରିକାର ଦିୱାଲ୍ଡ ବ୍ରେଭିସ୍ ମ୍ୟାନ ଅଫ୍ ଦି ସିରିଜ୍ ହୋଇଛନ୍ତି। ଚଳିତ ବିଶ୍ଵକପ ପ୍ରତିଯୋଗିତାରେ ଭାରତ ଟାଇଟଲ ଦାବିଦାର ଥିଲା।

Comments are closed.