ପୁରୀ : ଏବର୍ଷ ଚନ୍ଦ୍ରଭାଗାରେ ମାଘ ବୁଡ଼ ମନା । କରୋନା ମହାମାରୀକୁ ଦୃଷ୍ଟିରେ ରଖି କଟକଣା ଜାରି ହୋଇଛି। କେବଳ ମାଘସପ୍ତମୀ ନୀତିକାନ୍ତି ଚାଲିବ। ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଲୋକ ଆସନ୍ତି। ଏବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଘ ସପ୍ତମୀ ବୁଡ଼ ଉପରେ କଟକଣା ଲଗାଇଛନ୍ତି।
କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ମେଳା ପଡ଼ିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ଦର୍ଶନ ଓ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଆଜି ଅପରାହ୍ନ ୪ଟାରୁ ୭ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ନୀତିକାନ୍ତି ସମ୍ପନ୍ନ ହେବା ପରେ କଟକଣା ପ୍ରତ୍ୟାହାର ହେବ।
Comments are closed, but trackbacks and pingbacks are open.