Latest Odisha News

BREAKING NEWS

ଫିଲ୍ମ ଇଣ୍ଡଷ୍ଟ୍ରିରେ ‘ପାନ୍ ଇଣ୍ଡିଆ’ କଥା ଉଠିଲେ, ସିନେପ୍ରେମୀଙ୍କ ମନକୁ ଆସନ୍ତି ଅଭିନେତ୍ରୀ ଲକ୍ଷ୍ମୀ

ନୂଆଦିଲ୍ଲୀ : ୭୦ଦଶକରେ ଲୋକଙ୍କ ହୃଦୟ ଜିତିଥିଲେ । ଭାରତୀୟ ସିନେମାରେ ଇତିହାସ ରଚିଥିଲେ । ହିନ୍ଦି, ତାମିଲ, ତେଲୁଗୁ, ମାଲାୟାଲମ ଓ କନ୍ନଡ ଭାଷାରେ ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ । ପାଞ୍ଚ ପାଞ୍ଚଟି ଭାଷାରେ ଅଭିନୟ କରି ଫିଲ୍ମ ଫେୟାର ଆଓ୍ୱାର୍ଡ ଜିତିବାରେ ସେ ହେଉଛନ୍ତି ଜଣେ ମାତ୍ର ଅଭିନେତ୍ରୀ । ୫ଟି ଭାଷାରେ ଫିଲ୍ମକୁ ନିଜେ ହିଁ ଡବିଂ କରୁଥିଲେ । ଅନ୍ୟ ବଡ଼ ଅଭିନେତ୍ରୀଙ୍କ ଭଳି ତାଙ୍କ ନାଁ ଖୁବ୍ କମ୍ ମନେପକାନ୍ତି । ସେ ହେଉଛନ୍ତି ଲକ୍ଷ୍ମୀ । ୧୯୫୦-୬୦ ଦଶକରେ ତେଲୁଗୁ ଓ କନ୍ନଡ ଫିଲ୍ମ ସହିତ ହିନ୍ଦୀ ଚଳଚ୍ଚିତ୍ରରେ ବି ଧମାଲ୍ ମଚାଇଥିଲେ ଲକ୍ଷ୍ମୀ । ଦକ୍ଷିଣୀ ଫିଲ୍ମ ସହିତ ବଲିଉଡ୍ ଫିଲ୍ମରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ଦର୍ଶକ ସିନେମା ହଲରେ ଭିଡ଼ ଲଗାଉଥିଲେ । ଦକ୍ଷିଣୀ ଓ ବଲିଉଡ୍ ଫିଲ୍ମରେ ଅଭିନୟର ଯାଦୁ ଦେଖାଇଥିବା ଏମିତି ଜଣେ ଆକ୍ଟ୍ରେସ୍ ହେଉଛନ୍ତି ଲକ୍ଷ୍ମୀ ।

ଶିଶୁ କଳାକାର ଭାବେ ଲକ୍ଷ୍ମୀ କ୍ୟାରିଅର ଆରମ୍ଭ କରିଥିଲେ । ୧୯୬୧ରେ ‘ଶ୍ରୀ ଭଲ୍ଲି’ରୁ ସେ ଅଭିନୟ ଆରମ୍ଭ କଲେ । ୧୯୬୮ରେ ୧୬ ବର୍ଷ ବୟସରେ ଲକ୍ଷ୍ମୀ ‘ଜୀବନସଙ୍ଗମ୍’ରୁ ହିରୋଇନ୍ ଭାବେ ଡେବ୍ୟୁ କଲେ । ସେହି ବର୍ଷ ସେ କନ୍ନଡ ଫିଲ୍ମ ‘ଗୋଆଦଲ୍ଲି ସିଆଇଡି ୯୯୯’ ଓ ‘ବନ୍ଧୁବ୍ୟାଲୁ’ ତେଲୁଗୁ ଫିଲ୍ମ କଲେ । ୧୯୭୪ରେ ମାଲାୟଲମ ଫିଲ୍ମ ‘ଚଟ୍ଟାକ୍କରୀ’ ଫିଲ୍ମରେ ଡେବ୍ୟୁ କରିଥିଲେ ଲକ୍ଷ୍ମୀ । ବାଙ୍ଗାଲୋରରେ କୌଣସି ମାଲାୟଲମ ଫିଲ୍ମ ପ୍ରଥମ ଥର ପାଇଁ ୪୦ ସପ୍ତାହ ଧରି ଥିଏଟରରେ ଚାଲିଥିଲା । ସାଉଥ୍ ର ୪ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଖୁବଶୀଘ୍ର ନାଁ କରିପାରିଥିଲେ । ଏହାପରେ ତାଙ୍କ ପାଖରେ ଫିଲ୍ମର ଲମ୍ୱା ଲାଇନ୍ ଲାଗିଗଲା ।୧୦ ବର୍ଷ ଭିତରେ ସେ ଚାରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିଲେ । ଗୋଟିଏ ଗୋଟିଏ ବର୍ଷରେ ତାଙ୍କର ୧୦ଟି ଲେଖାଏଁ ଫିଲ୍ମ ବି ରିଲିଜ୍ ହେଉଥିଲା ।

ସାଉଥ୍ ଫିଲ୍ମର କୁଇନ୍ ଲକ୍ଷ୍ମୀ ୧୯୭୫ରେ ହିନ୍ଦୀ ଫିଲ୍ମ ‘ଜୁଲି’ ରେ ଡେବ୍ୟୁ କଲେ । ଯାହା ତାଙ୍କର ମାଲାୟାଲମ ଫିଲ୍ମ ‘ଚଟ୍ଟାକକରୀ’ ଫିଲ୍ମର ରିମେକ୍ ଥିଲା । ‘ଜୁଲି’  ବ୍ଲକବଷ୍ଟରରେ ହିଟ୍ ହୋଇଥିଲା । ଏଥିପାଇଁ ଲକ୍ଷ୍ମୀଙ୍କୁ ବେଷ୍ଟ ଆକ୍ଟ୍ରେସ୍ ଫିଲ୍ମଫେୟାର ଆଓ୍ୱାର୍ଡ ମିଳିଥିଲା । ମାତ୍ର ୫ ଟି ହିନ୍ଦୀ ଫିଲ୍ମ କରିଥିଲେ ଲକ୍ଷ୍ମୀ । ୧୯୭୯ରେ ‘ଆଙ୍ଗନ କି କଲି’ ଫିଲ୍ମରେ ତାଙ୍କର ଅଭିନୟକୁ ଦର୍ଶକ ଖୁବ୍ ପ୍ରଶଂସା କରିଥିଲେ । ତାଙ୍କର ଶେଷ ହିନ୍ଦୀ ଫିଲ୍ମ ଥିଲା ‘ହଲଚଲ୍’ । ୨୦୦୪ରେ ରିଲିଜ୍ ଏହି ଫିଲ୍ମରେ ସେ କରିନା କପୁରଙ୍କ ଜେଜେମା ଭୂମିକାରେ ଅଭିନୟ କରିଥିଲେ । ପାଞ୍ଚ ପାଞ୍ଚଟି ଭାଷାରେ ଅଭିନୟ କରି ଫିଲ୍ମ ଫେୟାର ଆଓ୍ୱାର୍ଡ ଜିତିବାରେ ସେ ହେଉଛନ୍ତି ଜଣେ ମାତ୍ର ଅଭିନେତ୍ରୀ । ଏହାସହିତ ନ୍ୟାସନାଲ ଆଓ୍ୱାର୍ଡ ମଧ୍ୟ ତାଙ୍କୁ ମିଳିଛି । ୨୦୨୧ରେ ତେଲୁଗୁ ଫିଲ୍ମ ‘ଓଃ ବେବି’ ପାଇଁ ତାଙ୍କୁ ବେଷ୍ଟ ସପୋର୍ଟିଂ ରୋଲ୍ ଆଓ୍ୱାର୍ଡ ମିଳିଥିଲା । ଫିଲ୍ମ ଇଣ୍ଡଷ୍ଟ୍ରିରେ ‘ପାନ୍ ଇଣ୍ଡିଆ’ କଥା ଉଠିଲେ, ସିନେପ୍ରେମୀ ତାଙ୍କ ନାଁ ନିଶ୍ଚିତ ଭାବେ ମନେ ପକାଇବେ ।

Leave A Reply

Your email address will not be published.