Latest Odisha News

BREAKING NEWS

ୟୁନାଇଟେଡ଼ ବ୍ୟାଙ୍କ ଠକେଇ ଘଟଣା: ୩ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ସିବିଆଇର ମାମଲା ରୁଜ୍ଜୁ

ଭୁବନେଶ୍ୱର : ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ (ୟୁବିଆଇ) ନୟାପଲ୍ଲୀ ଶାଖାର ୩ଜଣ ପୂର୍ବତନ ଅଧିକାରୀଙ୍କ ବିରୋଧରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ଏକ ମାମଲା ରୁଜୁ କରିଛି । ୨୦୧୭ ମସିହାରେ ହୋଇଥିବା ୨୪ କୋଟିରୁ ଅଧିକ ଋଣ ଠକେଇ ଘଟଣାରେ ଏହି ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ସିବିଆଇ ପକ୍ଷରୁ ମାମଲା ରୁଜ୍ଜୁ କରାଯାଇଥିବା ନେଇ ସୂଚନା ମିଳିଛି ।ଦାୟିତ୍ୱ

ପୂର୍ବତନ ଚିଫ୍ ମ୍ୟାନେଜର ଭୁବନେଶ୍ୱର ମହାପାତ୍ର, ମ୍ୟାନେଜର ରାଜେଶ କୁମାର ପଟାଙ୍ଗ ଓ ଆସିଷ୍ଟାଣ୍ଟ ମ୍ୟାନେଜର ଅଶ୍ଵିନ କୁମାର ପାତ୍ର ଓ ୬ଜଣ ବିଲଡର (ଉମା ଶଙ୍କର ପାତ୍ର, ଅନୁରାଧା ପାତ୍ର, ପୁଷ୍ପାଞ୍ଜଳୀ ପାତ୍ର, ବିଶ୍ୱନାଥ ଜେନା, କମଳାରାଣୀ ଜେନା ଓ ଆଦିତ୍ୟ କୁମାର ଜେନା)ଙ୍କ ସମେତ ଅନ୍ୟ ୪୪ ଜଣଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡିଛି।

ବ୍ୟାଙ୍କର ଏହି ୩ଜଣ ପୂର୍ବତନ ଅଧିକାରୀ ଓ ୬ ଜଣ ବିଲଡରଙ୍କ ଅଫିସ ତଥା ଭୁବନେଶ୍ୱର, ପୁରୀ ଓ ରାୟଗଡା ସ୍ଥିତ ବାସ ଭବନ ଉପରେ ସବିଆଇ ଚଢ଼ାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ପରେ ଏହି ମାମଲା ରୁଜ୍ଜୁ କରିଛି ।

ତଦନ୍ତକାରୀ ସଂସ୍ଥାର ତଥ୍ୟ ଅନୁସାରେ ବିନା ଯାଞ୍ଚରେ ତାଙ୍କ ପ୍ରକଳ୍ପ ଗୁଡିକୁ ଅନୁମୋଦନ ଦେବା ପାଇଁ ଭୁବନେଶ୍ୱର ତାଙ୍କର ଦୁଇ ସହକର୍ମୀଙ୍କ ସହ ମିଶି ଏହି ୬ଜଣ ବିଲଡରଙ୍କୁ ମନାଇଥିଲେ । ଫଳ ସ୍ୱରୂପ ଜାଲ କାଗଜପତ୍ର ଦାଖଲ କରି ଅତିକମରେ ୪୦ ଜଣ ଗୃହ ଋଣ ନେଇଥିବା ଜଣାପଡିଛି ।

Leave A Reply

Your email address will not be published.