Latest Odisha News

BREAKING NEWS

ମହାରାଷ୍ଟ୍ରରେ ଆଜି ଉଦ୍ଧବ ସରକାରଙ୍କ ଶକ୍ତିପରୀକ୍ଷା

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହ ମହାରାଷ୍ଟ୍ର ଗଢିଉଠିଛି ଉଦ୍ଧବଙ୍କ ସରକାର । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି ଉଦ୍ଧବ ଠାକରେ ।

ଆଜି ଅପରାହ୍ନ ୨ଟା ବେଳକୁ ବହୁମତ ପ୍ରମାଣିତ କରିବେ ଉଦ୍ଧବ ସରକାର । ଆହୁରି ମଧ୍ୟ ତାଙ୍କ ସରକାର ନିକଟରେ ୧୭୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ଶିବସେନାର ନେତା ସଞ୍ଜୟ ରାଉତ ଟ୍ୱିଟ୍ କରି ଦାବି କରିଛନ୍ତି ।

ଅପରପକ୍ଷରେ ଶିବସେନା ନିକଟରେ ୫୬, ଏନସିପିର ୫୪ ଓ କଂଗ୍ରେସ ନିକଟରେ ୪୪ ଜଣ ବିଧାୟକ ରହିଥିବା ବେଳେ ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୪୫ । ଏହି ୩ ଦଳର ମହାମେଣ୍ଟ ପରେ ବିଧାୟକଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି । ତେଣୁକରି ଏହି ସରକାରୁ ଖୁବ୍ ସହଜରେ ବହୁମତ ପ୍ରଦର୍ଶନ କରିପାରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ, ଉଦ୍ଧବ ଠାକରେଙ୍କୁ ବହୁମତ ପ୍ରଦର୍ଶନ ପାଇଁ ରାଜ୍ୟପାଳ ଡିସେମ୍ବର ୩ ତାରିଖ ଯାଏଁ ସମୟ ଦେଇଥିଲେ । ମାତ୍ର ସେ ଆଜି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହିଁଛନ୍ତି ।

ଗତ ନଭେମ୍ବର ୨୮ ତାରିଖ ଦିନ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁମ୍ବାଇର ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

Leave A Reply

Your email address will not be published.