Latest Odisha News

BREAKING NEWS

ମାଲକାନଗିରିରେ ଛାତ୍ରୀଙ୍କୁ ପିଟିଲେ ଡାକ୍ତର !

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଶୁକ୍ରବାର ଦିନ ଜଣେ ଛାତ୍ରୀଙ୍କୁ ମାଡମାରିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ସ୍ଥାନୀୟ କାଲିମେଳା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ପ୍ରାପ୍ତ ସୂଚନାନୁଯାୟୀ, କାଲିମେଳା ହାଇସ୍କୁଲରେ ପଢୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏହି ଅଭିଯୋଗ ଆଣିଛନ୍ତି । ଗତକାଲି ଅପରାହ୍ନରେ କୌଣସି କାରଣବଶତଃ ସମ୍ପୃକ୍ତ ଛାତ୍ରୀଙ୍କର ମୁଣ୍ଡ ବୁଲାଇବାରୁ ସେ ଏନେଇ ସହପାଠୀ ଓ ଶିକ୍ଷକଙ୍କୁ ଜଣାଇଥିଲେ । ପରେ ସେମାନେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ପରୀକ୍ଷା କରିବା ସହ ତାଙ୍କୁ କିଛି ହୋଇନଥିବା କହିଥିଲେ ।

ପରେ ଡାକ୍ତର ଶିକ୍ଷକ ଓ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ରୁମ୍ ବାହାରକୁ ଯିବା ପାଇଁ କହିବା ସହ ଉକ୍ତ ଛାତ୍ରୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଛାତ୍ରୀ ଜଣକ କହିଛନ୍ତି, “ଔଷଧ ଆଣିବା ଲାଗି ଡାକ୍ତର ନର୍ସଙ୍କୁ କହିଥିଲେ ଓ ପରେ ନର୍ସ ଔଷଧ ଆଣିବା ପାଇଁ ଚାଲି ଯାଇଥିଲେ । ପରବର୍ତ୍ତୀ ସମୟରେ ମୋ ଆଖି, ନାକ, କାନ ଓ ପାଟିରେ ଔଷଧ ପକାଇ ଦେବା ସହ ଚୂନୀରେ ମୋ ବେକକୁ ଜୋର୍ ସେ ଚିପି ଦେଇଥିଲେ । ଆଉ ତୁ ଶୀଘ୍ର ମରିଯାଆ ବୋଲି ମଧ୍ୟ କହିଲେ” ।

ତେବେ ଶେଷ ରିପୋର୍ଟ ଲେଖାଯିବା ବେଳକୁ ଏନେଇ ସିଡିଏମଓଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.