Latest Odisha News

BREAKING NEWS

ୟୁଜିସି ଅଧ୍ୟକ୍ଷଙ୍କ ବଡ଼ ଘୋଷଣା, ଏଣିକି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଏଣିକି ଛାତ୍ରଛାତ୍ରୀମାନେ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ । ଏନେଇ ଅନୁମତି ପ୍ରଦାନ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ କହିଛି। ଇଂଲିଶ୍ ମିଡିୟମ୍ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ ବୋଲି ୟୁଜିସିର ଅଧ୍ୟକ୍ଷ ଜଗଦୀଶ କୁମାର ବୁଧବାର ସୂଚନା ଦେଇଛନ୍ତି। ମୂଳ ଲେଖାର ଆଞ୍ଚଳିକ ଭାଷାରେ ଅନୁବାଦକୁ ପ୍ରୋତ୍ସାହିତ କରିବା ଏବଂ ଶିକ୍ଷାଦାନ-ଶିକ୍ଷା ପ୍ରକ୍ରିୟାରେ ଆଞ୍ଚଳିକ ଭାଷାରେ ବ୍ୟବହାର ଉପରେ ୟୁଜିସି ଗୁରୁତ୍ୱାରୋପ କରିଛି ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର କହିବା କଥା, ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ଏବଂ ମାତୃଭାଷାରେ ଶିକ୍ଷାଦାନ-ଶିକ୍ଷା ପ୍ରକ୍ରିୟାକୁ ସମର୍ଥନ କରିବାରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏହାକୁ ଲକ୍ଷ୍ୟରେ ରଖି ଏହି ପ୍ରୟାସକୁ ମଜବୁତ କରିବା ସ୍ଥାନୀୟ ଭାଷାରେ ପାଠ୍ୟ ପୁସ୍ତକ ଲେଖିବା ଏବଂ ଅନ୍ୟାନ୍ୟ ଭାଷାରୁ ପାଠ୍ୟ ପୁସ୍ତକ ଗୁଡିକର ଅନୁବାଦ ସହିତ ଶିକ୍ଷାଦାନରେ ସେଗୁଡ଼ିକର ବ୍ୟବହାର ଭଳି ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି। ତେଣୁ ଏହି କ୍ରମରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ଆଞ୍ଚଳିକ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦେଇପାରେ ୟୁଜିସି କହିଛି।

ସୂଚନାଯୋଗ୍ୟ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସର୍ବତା ସଚେତନ ଥିବା ୟୁଜିସି, କିଛି ଦିନ ତଳେ ନକଲି ଶିକ୍ଷାନୁଷ୍ଠାନକୁ ନେଇ ସତର୍କ ସୂଚନା ଜାରି କରିଥିଲା। ଏଥିସହ ଖାସକରି ‘ଓପନ ଇଣ୍ଟରନ୍ୟାସନାଲ ୟୁନିଭରସିଟି ଫର ଅଲଟରନେଟିଭ ମେଡିସିନ’ ଓ ‘ନ୍ୟାସନାଲ ବୋର୍ଡ ଅଫ୍ ଅଲଟରନେଟିଭ୍ ମେଡିସିନ, କୁଟ୍ଟଲମ’କୁ ନେଇ ସତର୍କ କରାଇଥିଲା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ। ଏହି ସେଲଫ-ଷ୍ଟାଇଲଡ ଶିକ୍ଷାନୁଷ୍ଠାନରେ ଆଡମିଶନ ନକରିବାକୁ ଛାତ୍ରଛାତ୍ରୀଙ୍କୁ କୁହିଥିଲା ୟୁଜିସି । ୟୁଜିସିର ଆକ୍ଟର ସେକ୍ସନ ଅନୁଯାୟୀ ଏହି ଦୁଇଟି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇନଥିବାରୁ ଏମାନଙ୍କ ପାଖରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବାର ଅଧିକାର ନାହିଁ । ଏପରିକି ଏହି ସଂସ୍ଥାଗୁଡ଼ିକ ଓପନ ନାମ ସହିତ ୟୁନିଭରସିଟି ଶବ୍ଦର ବ୍ୟବହାର କରିବାକୁ ଅନୁମତି ପାଇନାହାନ୍ତି ବୋଲି ୟୁଜିସି ପକ୍ଷରୁ କୁହାଯାଇଥିଲା।

Leave A Reply

Your email address will not be published.