Latest Odisha News

BREAKING NEWS

ଚଳନ୍ତା କାରର ବାହାରେ ଯୁବକଙ୍କୁ ପ୍ୟାକେଜିଂ ଟେପରେ ବାନ୍ଧି ଷ୍ଟଂଟ କରୁଥିଲେ…. ତା ପରେ..

ପ୍ରୟାଗରାଜ:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଏବେକାର ଯୁବପିଢ଼ୀ କିଛି ବି କରିବାକୁ ପଛାଉ ନାହାନ୍ତି । ବେଳେବେଳେ ଏହା ସେମାନଙ୍କ ଏବଂ ସମାଜ ପାଇଁ କ୍ଷତିକତ୍କ ହେବ ତାହା ବୁଝନ୍ତି ନାହିଁ । ଏ ଭଳି ଏକ ଘଟଣା ପ୍ରୟାଗରାଜରେ ଘଟିଛି । ସୁମିତ ଦୁବେ ନାମକ ଜଣେ ୟୁଟ୍ୟୁବର ନିଜର ବନ୍ଧୁଙ୍କୁ ଚଳନ୍ତା କାରର ବାହାରେ ପ୍ୟାକେଜିଂ ଟେପରେ ଲଗାଇ ଷ୍ଟଂଟ କରୁଥିଲେ । ଏହାର ରିଲ୍ସ କରି ସେମାନେ ସୋସିଆଲ ମିଡିଆରେ ଛାଡିଥିଲେ । ଖୁବ ଶୀଘ୍ର ଏହା ଭାଇରାଲ ମଧ୍ୟ ହୋଇଥିଲା । ଏହା ବ୍ୟତୀତ ସୁମିତ ଗାଡି ସାମ୍ନାରେ ବାଇକ ରଖି ସେଥିରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିଲେ ।

ଏବେ ପୋଲିସ ଅଭିଯୋଗ ପାଇବା ପରେ ସୁମିତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛି । ଅବଶ୍ୟ ପରେ ତାଙ୍କୁ ଜାମିନରେ ଛଡା ଯାଇଥିଲା । ଘଟଣାରେ ବ୍ୟବହୃତ ହୋଇଥିବା ମହିନ୍ଦ୍ରା ଏସୟୁଭି କାରକୁ ପୋଲିସ ସିଜ କରିଛି । ଘଟଣା ଏବେ ପ୍ରୟାଗରାଜରେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.