Latest Odisha News

BREAKING NEWS

ଦେଶରେ ମୁସଲମାନଙ୍କର ପ୍ରଜନନ ହାର ସର୍ବାଧିକ

ୱାଶିଂଟନ୍: ପ୍ରମୁଖ ଧାର୍ମିକ ଗୋଷ୍ଠୀ ମଧ୍ୟରେ ଭାରତରେ ମୁସଲମାନଙ୍କର ସର୍ବାଧିକ ପ୍ରଜନନ ହାର ରହିଛି। ତା’ପରେ ଅଛନ୍ତି ହିନ୍ଦୁମାନେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ଆମେରିକାର ଥିଙ୍କ ଟ୍ୟାଙ୍କର ରିପୋର୍ଟରେ ଭାରତ ବିଷୟରେ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ଅନ୍ୟ ଧର୍ମ ତୁଳନାରେ ମୁସଲମାନମାନେ ଭାରତରେ ସର୍ବାଧିକ ପିଲା ଜନ୍ମ କରିଥାନ୍ତି। ଏହା ପରେ ରହିଛି ହିନ୍ଦୁମାନଙ୍କ ସଂଖ୍ୟା। ଜୈନମାନଙ୍କ ସର୍ବନିମ୍ନ ପ୍ରଜନନ ହାର ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାର ଥିଙ୍କ ଟ୍ୟାଙ୍କ ‘ପ୍ୟୁ ରିସର୍ଚ୍ଚ’ର ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ ସମସ୍ତ ଧର୍ମରେ ପିଲାମାନଙ୍କର ଜନ୍ମ ହାରରେ ହ୍ରାସ ଘଟିଛି।

ଆମେରିକାର ଥିଙ୍କ ଟ୍ୟାଙ୍କ ‘ପ୍ୟୁ ରିସର୍ଚ୍ଚ’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ମୁସଲମାନମାନଙ୍କ ମଧ୍ୟରେ ମୋଟ ଶିଶୁ ଜନ୍ମ ହାରରେ ହ୍ରାସ ଘଟିଛି। ୧୯୯୨ ରେ ଏହି ହାର ପ୍ରତି ମହିଳାଙ୍କ ୪.୪ ଥିଲା, ଯାହା ୨୦୧୫ ରେ ୨.୬କୁ ହ୍ରାସ ପାଇଛି। ତଥାପି, ମୁସଲମାନମାନମାନେ ହିନ୍ଦୁଙ୍କ ତୁଳନାରେ ଅଧିକ ପିଲା ଜନ୍ମ କରିଥାନ୍ତି। ପ୍ୟୁ ରିସର୍ଚ୍ଚ ଅନୁଯାୟୀ, ‘ଭାରତର ପ୍ରତ୍ୟେକ ଧାର୍ମିକ ଗୋଷ୍ଠୀରେ ପିଲାମାନଙ୍କର ଜନ୍ମ ହାରରେ ହ୍ରାସ ଘଟିଛି। ଏଥିରେ ଅଧିକାଂଶ ହିନ୍ଦୁ, ଅଳ୍ପସଂଖ୍ୟକ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ ଏବଂ ଜୈନ ଅନ୍ତର୍ଭୁକ୍ତ।

Leave A Reply

Your email address will not be published.